ଭଞ୍ଜନଗର : ବସ୍ ଧକ୍କାରେ ଜଣେ ଗୁରୁତର

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଭଞ୍ଜନଗର ରୁ ପର୍ଯ୍ୟଟକ ଙ୍କୁ ନେଇ ରବିବାର ଉତ୍ତର ଭାରତ ଅଭିମୁଖେ ଯାଉଥିବା ଏକ ବସ୍ ଧକ୍କାରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ସେ ହେଲେ ମୁଜାଗଡ ର ଗଙ୍ଗା ମୁଳି। ଆହତ ଗଙ୍ଗାଙ୍କୁ ଭଞ୍ଜନଗର ମେଡିକାଲ୍ ରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ କୁ ନିଆଯାଉଛି। ଘଟଣାରୁ ପ୍ରକାଶ ଯେ ଗଙ୍ଗା ଆଜି ରାତି ୮ ଟା ରେ ଗ୍ରାମ ମୁଖ୍ୟ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଭଞ୍ଜନଗର ରୁ ଯାଉଥିବା ପର୍ଯ୍ୟଟକ ବସ୍ ଟି ଗଙ୍ଗା ଙ୍କୁ ଧକ୍କା ଲଗାଇଥିଲା ।

Leave a Reply

Your email address will not be published. Required fields are marked *