ଭଞ୍ଜନଗର : କାଳବୈଶାଖୀ ତାଣ୍ଡବ……ମସ୍କାବାଡି ଗାଁ ରେ ଭାଙ୍ଗିଲା ୭ ଟି ଘର , ପ୍ରଶାସନ ପକ୍ଷରୁ ଅନୁଧ୍ୟାନ

ଭଂଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ଶନିବାର ଦିନ କାଳବୈଶାଖୀ ପ୍ରଭାବରେ ଗଂଜାମ ଜିଲ୍ଲା ଗାଲେରୀ ପଞ୍ଚାୟତ ଅନ୍ତର୍ଗତ ମସ୍କାବାଡି ଗାଁ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୭ ଟି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । ସେମାନଙ୍କ ଟିଣ ଓ ଛପର ଘର ନଷ୍ଟ ହୋଇଛି । କ୍ଷତିଗ୍ରସ୍ତ ପରିବାର ଓ ତାଙ୍କ ପିଲାଛୁଆଙ୍କୁ ନେଇ , ଦୟନୀୟ ଅବସ୍ଥାରେ ରହିଛନ୍ତି । ଏ ଖବର ପାଇ ପ୍ରଥମେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଗାଁ ରେ ପହଞ୍ଚି ବିପନ୍ନ ପରିବାରଙ୍କୁ ସୁଖିଲା ଖାଦ୍ୟ ଦେଇଥିଲେ । ରବିବାର ସକାଳୁ ପଞ୍ଚାୟତ ଏବଂ ମୋ ଗାଁ ଗାଲେରୀ ର ଯୁବ ସ୍ବେଛାସେବୀ ମାନେ ପହଞ୍ଚି ରନ୍ଧାଖାଦ୍ୟ ଦେଇଥିଲେ । ପରେ ପରେ ଭଂଜନଗର ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ ଏବଂ ତହସିଲଦାର ଅବିନାଶ କୁମାର ମାହାର ପ‌ହଞ୍ଚି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ଆବାସ ଯୋଜନାରେ ଘର ଯୋଗାଇ ଦେବାପାଇଁ କହିଥିଲେ । ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶଙ୍କର୍ଷଣ ମହାରଥା ଏବଂ ମୋ ଗାଁ ଗାଲେରୀ ର ସ୍ବେଛାସେବୀ ମାନେ, ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ । ତେବେ ପଞ୍ଚାୟତ ପକ୍ଷରୁ ତିନିଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ବିଡ଼ିଓ ଶ୍ରୀ ପାଢୀ ନିର୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *