ଭଞ୍ଜନଗର : ବେନିୟମ ବନ୍ଧୁକ ରଖିବା ଅଭିଯୋଗରେ ଆଉ ଦୁଇ ଗିରଫ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) :ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ବୁଧବାର ବେନିୟମ ବନ୍ଧୁକ ରଖିବା ଅଭିଯୋଗରେ ଆଉ ଏକ ସଫଳତା ମିଳିଛି। ମଙ୍ଗଳବାର ବେନିୟମ ଭାବେ ବନ୍ଧୁକ ରଖିବା ଅଭିଯୋଗରେ ୩ ଜଣ ଗିରଫ ହୋଇଥିବା ବେଳେ ବୁଧବାର ଏଥିରେ ଆଉ ଦୁଇଜଣ ଯୋଡ଼ି ହୋଇଛନ୍ତି। ବୁଧବାର ଭଞ୍ଜନଗର ପୋଲିସ ନୟାଗଡ଼ ଜିଲା ଶରଣକୁଳର ସାଲୁ ନାଇକଏବଂ ଭଞ୍ଜନଗର ଲଣ୍ଡେଇସାହି ର ସୁର୍ଯ୍ୟ ପ୍ରଧାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଏବଂ ଦୁଇଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଏଥିସହ ଗୋଟିଏ ସ୍କୁଟି ଗାଡି ମଧ୍ୟ ଜବତ କରାଯାଇଛି। ବେନିୟମ ଭାବେ ବନ୍ଧୁକ ଆହୁରି କିଛି ଲୋକ ରଖିଛନ୍ତି। ପୋଲିସ ସେମାନଙ୍କ ଉପରେ ନଜର ରଖିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ପୋଲିସ ଗିରଫ ପାଇଁ ଜାଲ ବିଛାଇଛି ।

Leave a Reply

Your email address will not be published. Required fields are marked *