
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ଉତ୍କଳ କଲ୍ୟାଣ ସାହିତ୍ୟ ସଂସ୍କୃତ ସଂସଦ ତନରଡ଼ା (ଭଜନଗର) ଅନୁକୂଲ୍ୟରେ ନବ ଉତ୍କଳର ନିର୍ମାତା ଓଡ଼ିଶାର ଏକମାତ୍ର ପ୍ରଧାନମନ୍ତ୍ରୀ ଗଜପତି ମହାରାଜ କୃଷ୍ଣଚନ୍ଦ୍ରଦେବଙ୍କଜ୍ଞ ୧୩୪ତମ ଜୟନ୍ତୀ ପାଳିତ ହୋଇଯାଇଛି । ଆଇନଜୀବୀ ଦିଲ୍ଲୀପ କୁମାର ତ୍ରିପାଠୀ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଇତିହାସ ଗବେଷଣା ପ୍ରତିଷ୍ଠାନ ଭଜନଗରର ସଭାପତି ଡଃ. ସନ୍ତୋଷ କୁମାର ଆପଟ ଏବଂ ମୁଖ୍ୟବକ୍ତା ଭାବେ କବି ପ୍ରଶାନ୍ତ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ସୂଚନା ଲୋକସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ, ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ନାୟକ, ଶିକ୍ଷାବିତ୍ ତଥା ସାଇଗୁରୁକୁଳ ପ୍ରତିଷ୍ଠା ସଂପାଦକ ଅଜିତ୍ କୁମାର ଶତପଥୀ (ଭଜନଗର) ବାର ଅସୋସିଏସନ୍ ଉପସଭାପତି ସନ୍ତୋଷ କୁମାର ବେହେରା ସମାଜସେବୀ ଶୂଳପାଣି ଶତପଥୀ ଯୋଗଦେଇଥିଲେ ।
ଏଥିରେ ଗଜପତି ମହାରାଜାଙ୍କ ଫଟୋ ଚିତ୍ରରେ ଧୂପ, ଦୀପ, ପୁଷ୍ପ ଅର୍ଘ୍ୟ ଅର୍ପଣ ପୂର୍ବକ ସମ୍ମାନଞ୍ଜଳି ପ୍ରଦାନ କରିଥିଲେ। ଏଥିରେ ମହାରାଜାଙ୍କ କୃତିତ୍ୱ, ତ୍ୟାଗ ସମଗ୍ର ଉତ୍କଳର ଅଖଣ୍ଡତା ପାଇଁ ଏକ ସଶ୍ରଦ୍ଧ ଉଦ୍ୟମ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ଏବଂ ଓଡ଼ିଶା ପ୍ରଗତି ଇତିହାସର ମହାନ ଜନନାୟକ ଭାବରେ ରୂପାୟିତ କରାଯାଇଥିଲା । ଓଡ଼ିଶାର ଉଚ୍ଚ ଶିକ୍ଷା, ସ୍ବାସ୍ଥ୍ୟ, ନାରୀଶିକ୍ଷା ଏବଂ ସଂସ୍କୃତିର ପୁର୍ନଗଠନ ପାଇଁ ସେ ଥିଲେ ଯତ୍ନଶୀଳ । ଓଡ଼ିଆ ଜାତିର ଅଭଙ୍ଗ ଭୌଗୋଳିକ ସ୍ଥିତିକୁ ପୁନଃ ଜୀବନ ଦେବା ପାଇଁ ସେ ସମସ୍ତ ଜୀବନ, ଧନ ସମ୍ପତି ଉତ୍ସର୍ଗ କରିଦେଇଥିଲେ। ଏଥିରେ କୃତିତ୍ଵ ସମ୍ପନ୍ନ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ ଜୟନ୍ତୀ ଉତ୍ସବରେ, ଅତିଥ୍ଗଣ ଗଜପତି ମହାମରାଜା କୃଷ୍ଣଚନ୍ଦ୍ର ଦେବଙ୍କ ଓଡ଼ିଶାର ପ୍ରତ୍ୟେକ ସଦର ମହକୁମା ତଥା ରାଜସ୍ବ ଜିଲ୍ଲା ମୁଖ୍ୟାଲୟରେ, ମହାବିଦ୍ୟାଳୟ ଗୁଡ଼ିକରେ ମହାରାଜା କୃଷ୍ଣଚନ୍ଦ୍ର ଦେବଙ୍କ ପୂର୍ଖବୟୋବ ପ୍ରତିମୂର୍ତୀ ସ୍ଥାପନ କରିବା ସହ ଓଡ଼ିଆ ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ସ୍ଥାନିତ କରିବା ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ଏଥିରେ ସମସ୍ତ ଅତିଥିମାନଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଛ ଓ ଉପାୟନ ଦେଇ ସମ୍ବନ୍ଧିତ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଉମାବଲ୍ଲଭ ପାଟ୍ଟଯୋଶୀ ରଥ ଶର୍ମା, ପଂଚାନନ ସାହୁ, ପ୍ରଧାନଆଚାର୍ଯ୍ୟ, ଆଶାରାଣୀ ସାହୁ ଶିକ୍ଷୟିତ୍ରୀ, ଗଣେଶ ପ୍ରଧାନ, ସାଲୁ ବିଶ୍ଵାଳ, ରୋଶନ ଗୌଡ଼, ସୁଧାଂଶୁ ଦାସ, ଚିନ୍ମୟୀ ସାମଲ, ବିଜୟ କୁମାର ବେହେରା, ଡ. ସୂର୍ଯ୍ୟ ରାଉତ ପ୍ରମୁଖ ଯୋଗଦେଇଥିଲେ । ଛାତ୍ରୀ ହରପ୍ରିୟା ପାଣି, ସାଇଲକ୍ଷ୍ମୀ ଗୌଡ଼, ଦିପାଞ୍ଜଳି ପ୍ରଧାନ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ସଂସଦର ସଂପାଦକ କୁମାର କାର୍ତିକେଶ୍ଵର ପ୍ରଧାନ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶୂଳପାଣି ଶତପଥୀ ସମାଜସେବୀ ଓ ପଂଚାନନ ସାହୁ ପ୍ରଧାନ ଆଚାର୍ଯ୍ୟ ପରିଚାଳନା କରିଥିଲେ ।