ଭଞ୍ଜନଗର: ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଭଞ୍ଜନଗର ୧୦/୦୫ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅଦାଲତ ପରିସରରେ ଚଳିତ ବର୍ଷର ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ତାଲୁକ୍ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ଶେଖ୍ ମହମ୍ମଦ କଏସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ବରିଷ୍ଠ ଦେୱାନି ବିଚାରପତି ଦେବାଶିଷ ବିଷୋୟୀ,ଉପଖଣ୍ଡିୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୌମ୍ୟ ରଞ୍ଜନ ପୃଷ୍ଟି,ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶ୍ରୀ ଭିଏନା ନାୟକ ମୋଟ ୨୧୪୫ ଗୋଟି ମାମଲାର ବିଚାରଣ କରି ରାୟ ଶୁଣାଇ ଥିଲେ।ବିଚାର ହୋଇଥିବା ମାମଲା ଗୁଡ଼ିକରେ କ୍ଷତିଗ୍ରସ୍ତ ମାନଙ୍କୁ ୩୦, ୬୧, ୮୬୬ ଟଙ୍କା କ୍ଷତିପୂରଣ ପ୍ରଦାନ ଓ ଆଦାୟ କରିବା ନେଇ ଶୁଣାଣୀ ହୋଇଥିଲା। ଲୋକ ଅଦାଲତ ବେଞ୍ଚ୍ ସଦସ୍ୟ କୃତିବାସ ବିଶ୍ଵାଳ,ରମେଶ ଚନ୍ଦ୍ର ପଣ୍ଡା,ତାଲୁକ୍ ଆଇନ୍ ସେବା କମିଟି ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ, ଓକିଲ ସଂଘ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର, ଆଇନଜୀବୀ ବଂଶୀଧର ପ୍ରଧାନ, ସନ୍ତୋଷ କୁମାର ତିଆଡି, ସୁଧିରଞ୍ଜନ ମହାପାତ୍ର,ଡଃ.ସୁଶାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ,ସୁନିଲ ମୁଦୁଲି,ପବିତ୍ର ପ୍ରଧାନ,ପ୍ରଦୀପ କୁମାର ଶତପଥୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *