ପୋଲସରା : ସ୍ବର୍ଗତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

ପୋଲସରା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗତ ୮ ତାରିଖ ଗୁରୁବାର ଦିନ ଟ୍ରେନରେ ହରିଦ୍ଵାର ଯାଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରେ ଯାତ୍ରୀବାହୀ ଉକ୍ତଳ ଏକ୍ସପ୍ରେସରେ ଚଢ଼ୁଥିବା ସମୟରେ ଖସିପଡି ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜିତା ସାହୁଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ଉଦ୍ଦେଶ୍ୟରେ ବିଦ୍ୟାଳୟ ତରଫରୁ ଏକ “ଶୋକ ପ୍ରାର୍ଥନା” କାର୍ଯ୍ୟକ୍ରମ କରାଯାଇଥିଲା। ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସଏମସି ସଭାପତି ବବିତା ପଣ୍ଡା, କାଉନସିଲର ସୁକାନ୍ତି ସାହୁ, ବର୍ତ୍ତମାନ୍ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ, କର୍ମଚାରୀଙ୍କ ସମେତ ସଭ୍ୟ/ସଭ୍ୟାବୃନ୍ଦ ଏଵଂ ଛାତ୍ରୀମାନେ ଯୋଗଦେଇ ଅମର ଆତ୍ମାର ସଦଗତି କାମନା ସ୍ୱରୁପ କିଛି ସମୟ ନିରବ ପ୍ରାର୍ଥନା କରିବାସହ ଶୋକଶନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲେ। ଏହି ଅବସରରେ ଦୀବ°ଗତକ ଆଦର୍ଶ,ନିତୀ, ପ୍ରେରଣାଦାୟୀ କର୍ମମୟ ଜୀବନ ଉପରେ ଆଲୋକପାତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *