କଳାହାଣ୍ଡି: ତାଡିଝୁଲା ଗାଁରେବିଜୁଳି ଓ ପାନୀୟ ଜଳ ସାତ ସପନ

କଳାହାଣ୍ଡି (ପର୍ଶୁରାମ ସିନ୍ଦୁର, ଓଡିଶା ଟୁଡ଼େ ): ଗାଁରେ ଟ୍ରାନ୍ସଫର୍ମର ବସିଛି, ବିଦ୍ୟୁତ୍ ଖୁଣ୍ଟ ଅଛି, ତାର ଟଣା ହୋଇଛି, କିନ୍ତୁ ବିଜୁଳି ନାହିଁ। ବର୍ତମାନ ବିଦ୍ୟୁତ୍ ଉପଭୋକ୍ତା ୧୨ ବର୍ଷ ହେଲା ଅନ୍ଧାରରେ ଦିନ କାଟୁଥିବା ଅଭିଯୋଗ ହୋଇଛି। ଗାଁରେ ସ୍ବାସ୍ଥ୍ୟ ଶିକ୍ଷା ଓ ପାନୀୟ ଜଳ ବ୍ୟବସ୍ଥା ନାହିଁ, ଯାହାଫଳରେ ବାଲିଚୁଆ ଉପରେ ଭରସା କରିଛନ୍ତି ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଆଦିବାସୀ ଅଧ୍ଯୁଷିତ ବେଡାଗାଁ ପଞ୍ଚାୟତ ଅନ୍ତର୍ଗତ ତାଡିଝୁଲା ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।ସୂଚନା ମୁତାବକ, ତାଡିଝୁଲା ଗାଁରେ ୧୦ ଘର କୁଟିଆ କନ୍ଧ ସମ୍ପ୍ରଦାୟର ଲୋକ ସ୍ବାଧୀନତା ପୂର୍ବରୁ ବସବାସ କରି ଆସୁଛନ୍ତି। ପାନୀୟଜଳ ପାଇଁ ଗୋଟିଏ ନଳକୂଅ ରହିଛି ହେଲେ ୧୬ ବର୍ଷ ହେଲା ନଳକୂପଟି ଦୟନୀୟ ଅବସ୍ଥାରେ ରହିଥିବା ଯୋଗୁଁ ଆବଶ୍ୟକ ପରିମାଣର ପାଣି ମିଳୁନାହିଁ। ତେଣୁ ପୂର୍ବରୁ ଗାଁ ନିକଟସ୍ତ ଆଲିମରା ଡଙ୍ଗରରୁ ଆସୁଥିବା ପାଣିକୁ ଏକ କୁଣ୍ଡ କରି ସେହି କୁଣ୍ଡରେ ଏକ ପାଇପ ଲଗାଇ ସେହି ପାଣିକୁ ପାନୀୟ ଜଳ ବ୍ୟବହାର କରନ୍ତି ବର୍ତ୍ତମାନ ତାହାବି ବ ଠପ ହୋଇଥିବା ଅତ୍ୟନ୍ତ ଦୁଃଖଦ ଘଟଣା। ଯାହା ଫଳରେ ଖୋଲା ଆକାଶ ତଳେ ଥିବା ଏକ କୁଣ୍ଡର ପାଣି ଗୋଳିଆ ହୋଇ ରହିଥିବା ବେଳେ ସେହି ପାଣିରେ ବନ୍ୟପ୍ରାଣୀ, କୀଟ ପଟଙ୍ଗ, ଆବର୍ଜନା ବସ୍ତୁ ପଡ଼ି ରହିଥିବାରୁ ସେହି ପାଣିକୁ ଲୋକେ ଗାଧେଇବା ଓ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିବା ସହିତ ସେହି ପାଣିକୁ ପାନୀୟଜଳ ରୂପେ ବ୍ୟବହାର କରିବା ଯୋଗୁଁ ଏହି ଗାଁ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ସେହିଭଳି ଆଜିକୁ ୧୩ ବର୍ଷ ପୂର୍ବେ ଗାଁର ୪ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇଥିଲା।ତେବେ ବିଦ୍ୟୁତ୍ ସଂଯୋଗର ମାତ୍ର ଏକ ମାସ ଆଲୁଅ ଜଳିବା ପରେ ଟ୍ରାନ୍ସଫର୍ମରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେହି ଦିନଠାରୁ ଗାଁରେ ବିଜୁଳି ନାହିଁ। ଟ୍ରାନ୍ସଫର୍ମର ମରାମତି ପାଇଁ ବାରମ୍ବାର ଦାବି ହେଲେ ବି ବିଭାଗୀୟ ଅଧିକାରୀ ଶୁଣୁ ନଥିବା ଗାଁ ଲୋକେ କହୁଛନ୍ତି।ଡିବିରି ଆଲୁଅ ଭରସାରେ ଗାଁ ଲୋକେ ନିର୍ଭର କରୁଥିବା ବେଳେ ପୂର୍ବ ପରି ପଞ୍ଚାୟତ ତରଫରୁ କିରୋସିନି ମିଳୁନାହିଁ।ଯାହା ଫଳରେ ଅନ୍ଧାରରେ ଜୀବନ ବିତାଉଛନ୍ତି। ଅନ୍ୟପଟେ ସନ୍ଧ୍ୟା ହେଲେ ବନ୍ୟପ୍ରାଣୀ ଓ ହାତୀର ଭୟରେ ଥରୁଛି ଗାଁ। ଗାଁକୁ ହାତୀପଲ ଆସିବା ଜାଣିପାରି ଭୟରେ ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ ଗାଁ ମୁଣ୍ଡରେ ନିଆଁ ଜାଳି ଜଗି ରହୁଛନ୍ତି । ଗାଁରେ ବିଦ୍ୟୁତ୍ ନଥିବା ଯୋଗୁଁ ଏପରି ପରିସ୍ଥିତି ସାମ୍ନା କରିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି।ଗାଁରେ ସ୍କୁଲ ନଥିବା ଯୋଗୁଁ ସେହି ପାହାଡିଆ ରାସ୍ତାରେ ଚାଲି ଚାଲି ପିଲା ନିକଟସ୍ଥ ଗାଁ ଦେହେଡା ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉଥିବା ବେଳେ ବର୍ଷକ ମଧ୍ୟରେ ଅଧିକାଂଶ ସମୟ ପିଲା ଘରେ ରହୁଛନ୍ତି।ସେହିପରି ନିଜ ଗାଁଠାରୁ ଜଙ୍ଗଲୀ ରାସ୍ତା ଦେଇ ନିକଟସ୍ଥ ଦେହେଡା ଗାଁ ଅଙ୍ଗନବାଡି କେନ୍ଦ୍ରକୁ କୋମଳମତି ଶିଶୁମାନଙ୍କୁ ନେଇ ମା ମାନେ ଯାଉଛନ୍ତି।ଏଣୁ ଏଥିପ୍ରତି ଜିଲ୍ଲା ଉଚ୍ଚସ୍ତରୀୟ ଅଧିକାରୀମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *