
ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବହୁଦିନ ଧରି ଘୁମସର ଅଞ୍ଚଳବାସୀଙ୍କ ଦାବିକୁ ଯଥା ସମ୍ମାନ ଦେଇ ପର୍ଯ୍ୟଟନ ବିଭାଗ ତରଫରୁ ଚିଠା ସଂଖ୍ୟା ୬୧୩୩, ତାରିଖ ୨୪/୦୪/୨୦୨୫ ରେ ପର୍ଯ୍ୟଟନ ବିଭାଗ ଘୁମସର ଅଞ୍ଚଳରେ ବୀର ଚକରା ବିଶୋଇଙ୍କ ଜନ୍ମମାଟି ବିଞ୍ଜିଗିରି, କର୍ମଭୂମି ଘାଟିଶୂଳା ଓ ଚକ୍ରଘାଟି ଓ ବଡଗଡ ଅଞ୍ଚଳର ସୋରଡା ବ୍ଲକର ଘୁଷୁରିଡାଙ୍ଗ ଜଳଧାରା, ରୋଲା ଜଳଧାରା କୁନ୍ଦନଳୀ ଜଳଧାରା ଓ ଫୁଲକାଶୁଣି ମନ୍ଦିରକୁ ପର୍ଯ୍ୟଟନ କେନ୍ଦ୍ର ଘୋଷଣା ପାଇଁ ବିଭାଗ ଆଦେଶକୁ ଯଥା ଶୀଘ୍ର ଜିଲ୍ଲା ପ୍ରଶାସନ କାର୍ଯ୍ୟକାରୀ କରିବା ଓ ବୀର ଚକରା ବିଶୋଇଙ୍କ ନାମରେ ରାଜ୍ୟ ରାଜଧାନୀ ଭୁବନେଶ୍ଵର ସଡକକୁ ନାମିତ କରିବା ସହ ରାଜ୍ୟ ବିଧାନ ସଭା ପରିସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବୀର ଚକରା ବିଶୋୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା, ଘୁମସର ଅଞ୍ଚଳରେ ବୀର ଦୋରା ବିଶୋଇଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗକୁ ସୁପାରିଶ କରାଯାଉ ବୋଲି ବାର୍ଡ ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ନିବେଦନ କରିଛନ୍ତି I