ଏକତରା ମନ୍ତ୍ର ବାଣ୍ଟୁଥିଲେ ସର୍ଦାର ପଟେଲ

ଭଞ୍ଜନଗର ୩୦/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ସର୍ଦାର ବଲ୍ଲବ ଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ଭଞ୍ଜନଗର ଥାନା ପକ୍ଷରୁ ସୋମବାର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଦିନକୁ ଜାତୀୟ ଏକତା ଦିବସ ଭାବେ ପାଳନ କରୁଛି ପୁରା ଦେଶ।ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏକତାର ମନ୍ତ୍ର ସାରା ଭାରତକୁ ଗୋଟିଏ ଡୋରରେ ବାନ୍ଧି ରଖିବାରେ ସମର୍ଥ ହୋଇଥିଲା।ଦେଶ ପାଇଁ ତାଙ୍କରି ଅବଦାନ ଓ ବିଚାରଧାରା ଉପରେ ସ୍ଥାନୀୟ ଲୋକଙ୍କୁ ବାର୍ତ୍ତା ଦେଇଥିଲେ ଛାତ୍ରୀ ମାନେ।ଏଥିରେ ଥାନାର ସମସ୍ତ କର୍ମଚାରୀ ଓ ବିଦ୍ୟାଳୟର ଛାତ୍ରୀ ଏବଂ ଶିକ୍ଷକଗଣ ସାମିଲ ହୋଇଥିଲେ।ଦିନବନ୍ଧୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରୁ ଏକ ରାଲି ବାହାରି ଭଞ୍ଜ ପରିଷଦ ମାର୍ଗ,ମୁଖ୍ୟ ସଡକ ଦେଇ ଥାନା ଯାଏଁ ପରିକ୍ରମା କରିଥିଲେ।ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠି, ଏଏସଆଇ ସୁଶାନ୍ତ କୁମାର ପଟ୍ଟନାୟକ,ହାବିଲଦାର ଷଷ୍ଠୀ ପ୍ରସାଦ ମିଶ୍ର, କନଷ୍ଟେବଳ କେ ପି ରେଡି, ପଙ୍କଜିନୀ ବିଷୋୟୀ, ରଶ୍ମିତା ଗୌଡ଼ ଙ୍କ ସମେତ ବହୁ କର୍ମଚାରୀ ଗଣଦୌଡରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *