ଆସିକାରେ ୭୬ତମ ବନ ମହୋତ୍ସବ ସପ୍ତାହ ଆରମ୍ଭ

ଆସିକା ୦୪/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଘୁମୁସର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଆସିକା ବନବିଭାଗ ପକ୍ଷରୁ ୭୬ତମ ବନ ମହୋସ୍ତବ ସପ୍ତାହ ଚାରିମଇଲି ସ୍ଥିତ ବନବିଭାଗ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଗଞ୍ଜାମ ଆରକ୍ଷୀ ଅଧିକାରୀ ଶୁଭେନ୍ଦୁ କୁମାର ପାତ୍ର, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିପଶା ପାରୁଲ,ଆସିକା ତହସିଲଦାର ସଂଗୀତା ସେଣ,ସହକାରୀ ବନ ସରଂକ୍ଷକ ପ୍ରଦୀପ କୁମାର ବେହେରା, ବିଡ଼ିଓ ଲିପିନା ଦାସ, ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା,ବନ୍ୟ ପ୍ରାଣୀ ତତ୍ୱାବଧରାକ ଶୁଳାପାଣି ଶତପଥୀ, ଅମୁଲ୍ୟ ଉପାଧ୍ୟାୟ, ଅନୁପମ ବାନାର୍ଜୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ଉପରେ ମତ ରଖିଥିଲେ l ସବୁଜ ବନିକରଣ ଦ୍ୱାରା ପରିବେଶ ଉପରେ ଜଳବାୟୁ ସନ୍ତୁଳନ ହେବା ବୋଲି ସମସ୍ତେ ମତ ବ୍ୟକ୍ତ କରିଥିଲେ l ଆସିକା କୁ ଏକ ଗ୍ରୀନ ସିଟି ରେ ପରିଣତ କରିବାକୁ ସମସ୍ତେ ଆଗେଇ ଆସିବାକୁ ବକ୍ତା ମାନେ ପରାମର୍ଶ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ କଲେଜ ଛାତ୍ର ଛାତ୍ରୀ, ସୟଂ ସହୟକ ଗୋଷ୍ଠୀ ମହିଳା ମାନଙ୍କୁ ବନ୍ୟ ପ୍ରାଣୀ ତତ୍ୱାବଧରାକ ଶୁଳାପାଣି ଶତପଥୀ ବିଭିନ୍ନ ଗୀତ ମାଧ୍ୟମରେ ସମସ୍ତଙ୍କ ମଧ୍ୟରେ ଏକ ସାମାଜିକ ବନିକରଣ ର ସକାରାତ୍ମକ ଭାବନା ସୃଷ୍ଟି କରିଥିଲେ l ଏହା ପରେ ଚାରିମଇଲି ସ୍ଥିତ ନଗର ବନରେ ପ୍ରାୟ ୨୦୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଚାରା ଅତିଥି ମାନଙ୍କ ଦ୍ୱାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ ଜେନା,କୋଟିନଡ଼ା ଥାନା ଅଧିକାରୀ ଦାମୋଦର ବିହାରୀ,ବାବନପୁର ସରପଞ୍ଚ ସଞ୍ଜୟ ଜେନା, କୃଷ୍ଣ ସାର ମୃଗ ସମିତି ର ସଭାପତି ଅମୁଲ୍ୟ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଆସିକା ବନପାଳ ଶରତ ଚନ୍ଦ୍ର ବେହେରା, ଅକ୍ଷୟ ତ୍ରିପାଠୀ, ରାଜେନ୍ଦ୍ର କୁମାର ଗୌଡ଼, ଟି. ସୁରଜ କୁମାର, ରାକେଶ ଶବର, ଚାନ୍ଦିନୀ ପରିଡା, ସମେତ ବିଷ୍ନୁପ୍ରିୟl ପ୍ରଧାନ, ଲଳିନୀପ୍ରଭା ବାଗ, ରାକେଶ ପରିଡା, ରଶ୍ମିତା ଚୌଧୁରୀ, ମିନାକ୍ଷୀ ମାର୍ଥା, ବାସନ୍ତୀ କର୍ଜି, କାଁହୁ ଚରଣ ଡାକୁଆ, ସ୍ବର୍ଥିକ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *