ପୁରୀ: ବାହୁଡ଼ାରେ ଭିଆଇପି ଓ ଭିଭିଆଇପି ସଂସ୍କୃତି ବନ୍ଦ ହେଉ : ଅରୁଣ ସାହୁ

ପୁରୀ (ବଳରାମ ତ୍ରିପାଠି,ଓଡ଼ିଶା ଟୁଡେ) : ପୁରୀ ରଥଯାତ୍ରା ବିଭ୍ରାଟ ପରେ ସେହି ଧରଣର ସ୍ଥିତି ବାହୁଡ଼ାରେ ନଘଟୁ। ବାହୁଡ଼ାରେ ଭିଆଇପି ଓ ଭିଭିଆଇପି ସଂସ୍କୃତି ବନ୍ଦ ହେଉ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି- ପ୍ରଭୁ ଜଗନ୍ନାଥଙ୍କ ପାଖରେ ସବୁ ସମାନ। ଯେଉଁମାନେ ଅଧିକୃତ ସେମାନଙ୍କୁ ଡ୍ୟୁଟି ପାସ ଦେଇ କର୍ଡନ ଭିତରକୁ ଛଡ଼ା ଯାଉ। ସରକାରୀ ଦଳର କାହାକୁ କର୍ଡନ ଭିତରକୁ ଛଡ଼ା ନଯାଉ। ସେ ଆଇନ୍ ମନ୍ତ୍ରୀ ଥିବାବେଳେ ଗୋଟିଏ ହେଲେ ବି କର୍ଡନ ପାସ୍ ଦିଆଯାଇ ନଥିଲା। କର୍ଡନ ପାସ ନିଷିଦ୍ଧ ହେଉ ବୋଲି ସେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *