
ଭଞ୍ଜନଗର,୦୪/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଉନ୍ନତୀକରଣ ପାଇଁ ପ୍ରାୟ ୧୦୦ କୋଟି ରୁ ଉର୍ଦ୍ଧ ଟଙ୍କା ବ୍ୟୟ ଲକ୍ଷ୍ୟ ରଖାଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଆଜି କଲେଜ ପରିଦର୍ଶନର କରି କେଉଁଠି କଣ ହେବ ତାହା ବୁଲି ଦେଖିଥିଲେ। ଆଗାମୀ ଦିନରେ ଉଚ୍ଚ ଶିକ୍ଷା ମନ୍ତ୍ରୀ କଲେଜ ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ବର୍ତ୍ତମାନ କଲେଜରେ ୧୪ କୋଟି ଟଙ୍କା ବ୍ୟୟରେ ନୂତନ ଷ୍ଟାଡିୟମ ହେବ। ୨୫ କୋଟି ଟଙ୍କା ବ୍ୟୟରେ ସମ୍ମିଳନୀ କକ୍ଷ ହେବ। କଲେଜ୍ ଚତଃପାଶ୍ୱର୍ରେ ବାଉଣ୍ଡରୀ ହେବ। ଷ୍ଟାଫ ଙ୍କ ପାଇଁ ୨୫ ଟି କ୍ୱାଟର, ନୂତନ ଶ୍ରେଣୀକକ୍ଷ, ୫୦୦ ଛାତ୍ରୀ ଛାତ୍ର ରହିଲା ଭଳି ଦୁଇଟି ହଷ୍ଟେଲ ନିର୍ମାଣ ହେବ ବୋଲି ବିଧାୟକ ନାୟକ କହିଥିଲେ। ଏଥିସହ କେନ୍ଦ୍ରୀୟ ବିଦ୍ୟାଳୟ ରେ ଆସନ୍ତା ଶିକ୍ଷା ବର୍ଷରୁ ଯୁକ୍ତ ୨ ଖୋଲିବ। ଏନେଇ ମୁଁ କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହ ଆଲୋଚନା କରିଛି। ତେଣୁ କଲେଜ ପକ୍ଷରୁ ଆଉ କିଛି ରୁମ୍ କେନ୍ଦ୍ରୀୟ ବିଦ୍ୟାଳୟ କତୃପକ୍ଷଙ୍କୁ ହସ୍ତାନ୍ତର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଧାୟକ ଅଧ୍ୟକ୍ଷଙ୍କୁ ନିର୍ଦ୍ଧେଶ ଦେଇଥିଲେ। ବିଧାୟକଙ୍କ ଗସ୍ତ ସମୟରେ ଅଧକ୍ଷ ରାଜେନ୍ଦ୍ର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ହର ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।