ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବା ପ୍ରଥମ କର୍ତ୍ତବ୍ୟ ହେବ ନୂତନ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୁଜିତ ନାୟକ

ପୁରୁଷୋତ୍ତମପୁର,୦୪/୦୭(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ଏସ୍‌ଡିପିଓ ଭାବେ ସୁଜିତକୁମାର ନାୟକ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ଭଞ୍ଜନଗର ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟରେ ଯୋଗଦେବା ଅବସରରେ ସେ କହିଛନ୍ତି, ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପକୁ ରୋକାଯିବ। ବରିଷ୍ଠ ନାଗରିକ, ଶିଶୁ, ମହିଳା ଏବଂ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବା ପ୍ରଥମ କର୍ତ୍ତବ୍ୟ ହେବ ବୋଲି ଏସ୍‌ଡିପିଓ କହିଛନ୍ତି। ଏପରିକି ଲୋକଙ୍କୁ ଉଚିତ ନ୍ୟାୟ ଦେବା ଦିଗରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ଏନେଇ ସେ ଅଞ୍ଚଳବାସୀଙ୍କ ସହଯୋଗ ଲୋଡିଛନ୍ତି। ଏଠାରେ ଥିବା ଏସ୍‌ଡିପିଓ ଡ.ଦୀପକକୁମାର ମିଶ୍ରଙ୍କୁ ଭଞ୍ଜନଗର ଏସ୍‌ଡିପିଓ ଭାବରେ ବଦଳି କରାଯାଇଛି ।

Leave a Reply

Your email address will not be published. Required fields are marked *