
ଭଞ୍ଜନଗର ୦୫/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ମା ସାଙ୍କୁଲେଇ ପୀଠ ଠାରେ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ବନ୍ଥପଲ୍ଲୀ ଆଞ୍ଚଳିକ ପରିଷଦର କୁଳଗୃହ ପ୍ରତିଷ୍ଠା ସହ ସାଙ୍ଗଠନିକ ବୈଠକ ସଭାପତି ସୀତାରାମ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସାମନ୍ତ ଦିଲ୍ଲୀ ରଣସିଂହ ଉଦଘାଟକ ଭାବେ ଯୋଗଦେଇଥିବାବେଳେ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ, ସମ୍ମlନିତ ଅତିଥିଭାବେ ମାନ୍ୟବର ବିଧାୟକ ନୀଳମଣି ବିଷୋୟୀ, ପ୍ରତାପ ଚନ୍ଦ୍ର ନାୟକ, କେନ୍ଦ୍ର ସଭାପତି ସନ୍ତୋଷ କୁମାର ଜେନା, ସମ୍ପାଦକ ନୀଳାଞ୍ଚଳ ପୋଲାଈ, ଉପସଭାପତି ବୃନ୍ଦାବନ ଖଟେଇ, ମୁଖ୍ୟସଂଗଠକ ସତ୍ୟନାରାୟଣ ସ୍ୱାଇଁ, ସଂଗଠନ ସମ୍ପାଦକ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଜଗବନ୍ଧୁ ଜେନା, କାଳିଚରଣ ନାୟକ, ରାଜକିଶୋର ଜେନା,ରମେଶ ଚନ୍ଦ୍ର ରାଉତ, ବିଘ୍ନ ରାଜ ସ୍ୱାଇଁ, ଦିଗମ୍ବର ଜେନା, ସୋମନାଥ ନନ୍ଦ ମଂଚାସୀନ ହୋଇ ଜାତିର ଐତିହ୍ୟ ଓ ସଂଗଠନ ଉପରେ ମତ ରଖିଥିଲେ l ଏହି ଅବସରରେ ସମାଜର କୁଳଗୃହକୁ ଅତିଥିମାନେ ସମାଜ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଥିଲେ l ସମ୍ପାଦକ ରାଜକୁମାର ବିଷୋୟୀ ସମ୍ପାଦକୀୟ ବିବରଣୀ ପଠନ ସହ ସଭା ପରିଚାଳନା କରିଥିଲେ l ସମସ୍ତ ଅତିଥି ମାନଙ୍କୁ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା lଶେଷରେ ବିଷ୍ଟ୍ନୁଚକ୍ର ମଣ୍ଡଳ ସମ୍ପାଦକ ଧନ୍ୟବାଦ ପ୍ରଦାନ କରିଥିଲେ l ପ୍ରାୟ ଏକ ହଜାରରୁ ଊର୍ଧ୍ଵ ସମାଜ ଭାଇ ଉପସ୍ଥିତ ଥିଲେ l