
ଭଂଜନଗର,୦୪/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ):- ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ରେ ନୂତନ ଏସ୍ ଡ଼ି ପି ଓ ଭାବେ ଦୀପକ କୁମାର ମିଶ୍ର କାର୍ଯ୍ୟ ରେ ଯୋଗଦାନ କରିଛନ୍ତି | ସେ ପୂର୍ବରୁ ପୁରୁଷୋତ୍ତମପୁର ରେ କାର୍ଯ୍ୟରତ ଥିଲେ | ଭଞ୍ଜନଗର ଉପଖଣ୍ଡରେ ଅପରାଧକୁ ନିୟନ୍ତ୍ରଣ କରିବା , ଟ୍ରାଫିକ ସମସ୍ୟା ଦୂର କରିବା , ଅପରାଧୀମାନଙ୍କୁ , ଗଞ୍ଜେଇ ମାଫିଆ ମାନଙ୍କୁ ସାବାଡ଼ କରିବା ସହିତ ଆଇନ ଶୃଙ୍ଖଳା କୁ ପ୍ରାଥମିକତା ଦିଆଯିବ ବୋଲି ସାମ୍ବାଦିକମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତକାରରେ କହିଛନ୍ତି |ଏବଂ ଭଞ୍ଜନଗରରେ ପୂର୍ବତନ ଏସ୍ ଡ଼ି ପି ଓ ସୁଜିତ କୁମାର ନାୟକ ଙ୍କ ର ବର୍ତ୍ତମାନ ପୁରୁଷୋତ୍ତମପୁର କୁ ବଦଳି ହୋଇଯାଇଛି |