ଭଞ୍ଜନଗର: ଜାତୀୟ ରାଜପଥରେ ହାତୀପଲ

ଭଞ୍ଜନଗର ୦୪/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡର ଗାଲେରୀ ଓ ମୁଜାଗଡ ଗେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ବର୍ଷତମାମ ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଧନଜୀବନ ହାନି ଘଟୁଛି। ସଞ୍ଜ ନ ହେଉଣୁ ଖାଦ୍ୟ ଅନ୍ବେଷଣରେ ହାତୀପଲ ଗାଁ ମୁହାଁ ହୋଇ ଲୋକଙ୍କ ଘରଦ୍ବାର ଭାଙ୍ଗିବା ସହିତ ବାଡ଼ିବଗିଚା ଉଜାଡ଼ି ଦେଉଛନ୍ତି। ବର୍ତ୍ତମାନ ଧାନଚାଷ ପାଇଁ ଲୋକେ ତଳି ପକାଇଥିବା ବେଳେ ଚାଷ ଆରମ୍ଭରୁ ହାତୀପଲଙ୍କ ଉପଦ୍ରବ ଆରମ୍ଭ ହୋଇଯାଇଛି। ଶୁକ୍ରବାର ହାତୀପଲ ମୁଜାଗଡ ନିକଟର ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଲା। ଫଳରେ ଭଞ୍ଜନଗର- ଫୁଲବାଣୀ ଜାତୀୟ ରାଜପଥର ନିଧିଆପଲ୍ଲୀ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକିଥିଲା। ହାତୀପଲଙ୍କ ଗତିବିଧି କୁ ଲକ୍ଷ୍ୟ କରି ବନ କର୍ମଚାରୀ ଉଭୟ ପଟେ ଜଗି ରହିଥିଲେ। ହାତୀ ମାନେ ରାସ୍ତା ପାର ହେବା ପରେ ଯାତାୟତ ସ୍ବଭାବିକ ହୋଇଥିଲା ।

Leave a Reply

Your email address will not be published. Required fields are marked *