
ଭଞ୍ଜନଗର ୦୫/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ କନ୍ଧମାଳ ଜିଲ୍ଲା ସୀମାନ୍ତ ଗସମାହା ଜଙ୍ଗଲ ରୁ ଗତ ରବିବାର ଅପରାହ୍ନରେ ଉଦ୍ଧାର ହୋଇଥିବା ନାବାଳିକା ଝରଣା ମଲ୍ଲିକଙ୍କ ମୃତଦେହ ଘଟଣାରେ ଭଞ୍ଜନଗର ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ଢିମିରିଝୋଳ ଗ୍ରାମର ଲଲକ ମଲ୍ଲିକ ଓ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ନିଧିଆବଣା ଗ୍ରାମର ଶିବ ଶଙ୍କର ମଲ୍ଲିକ।ଏହା ସହ ମୃତ ନାବାଳିକା ଙ୍କ ପୋଷାକ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ଥାନା ଅଧିକାରୀ ଜିବନାନନ୍ଦ ଜେନା ସୁଚନା ଦେଇଛନ୍ତି।ସୂଚନାଅନୁଯାୟୀ,ଭଞ୍ଜନଗର ଥାନା ଅଧିନ ଭାଲୁଗୁଡା ଗ୍ରାମର ଜଗନ୍ନାଥ ମଲ୍ଲିକ ଗତ କିଛି ମାସ ହେବ ସୋରଡ଼ା ରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ମାସ ଶେଷ ବେଳକୁ ସେ ଘରକୁ ଆସିଥିଲେ। ଏହି ସମୟରେ ଙ୍କ ଝିଅ ଝରଣା ମଲ୍ଲିକ ଘରେ ନଥିବା ଜାଣିଥିଲେ।ଏ ସମ୍ପର୍କରେ ତାର ବାପା ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ କେସ ନଂ ୭୩୭/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ହେଲେ ଗତ ରବିବାର ଗଞ୍ଜାମ ସୀମାନ୍ତ କନ୍ଧମାଳ ଜିଲ୍ଲାର ଗସମା ଜଙ୍ଗଲରୁ ଏକ ଗଳିତ ନରକଙ୍କାଳ ଉଦ୍ଧାର ହୋଇଥିଲା। ପାରିପାର୍ଶ୍ଵକ ସ୍ଥିତିରୁ ଏହା ଏକ ଯୁବତୀର କଙ୍କାଳ ହୋଇଥିବା ଜଣା ପଡିଥିଲା।ତତ୍କାଳୀନ ଭଞ୍ଜନଗର ଏସଡିପିଓ ସୁଜିତ କୁମାର ନାୟକ,ଥାନାଧିକାରୀ ଜୀବନାନନ୍ଦ ଜେନା, ଗାଲେରୀ ଫାଣ୍ଡି ଅଧିକାରୀ ମଧୁବାବୁଙ୍କ ସମେତ ପୁଲିସ ଟିମ ସଦଳବଳେ ଗସମା ଜଙ୍ଗଲରେ ପହଞ୍ଚି ନର କଙ୍କାଳ ଠାବ କରିଥିଲେ। ଏକ ଗଛରେ କପଡା ସହ ଚୁଟି ଲାଗି ଝୁଲୁଥିବା ବେଳେ ତଳେ ଶରୀରର ବିଭିନ୍ନ ହାଡ଼ ଓ କଙ୍କାଳ ପଡିଥିବା ଦେଖିବାକୁ ପାଇଥିଲେ । ଉକ୍ତ ସ୍ଥାନଟି ଚକାପାଦ ଥାନା ଇଲାକାର ହୋଇଥିବାରୁ ସମ୍ପୃକ୍ତ ଥାନାର ପୁଲିସ ଘଟଣାସ୍ଥଳରେ ପହଞ୍ଚି କେସ ନମ୍ବର ୪/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ମୃତ ଦେହ ଜବତ କରି ବ୍ରହ୍ମପୁର ଏଫଏମଟି କୁ ପଠାଇଥିଲେ।ଭଞ୍ଜନଗର ପୁଲିସ ତଦନ୍ତ ପ୍ରକ୍ରିୟା କୁ ତ୍ବରାନ୍ବିତ କରିବା ସହ ଉକ୍ତ ଘଟଣାରେ ସମ୍ପୃକ୍ତି ଅଭଯୋଗ ରେ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।