
ଭଞ୍ଜନଗର ୦୫/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ତାରାସିଂ ଥାନା ରେ ନୂତନ ଥାନାଧିକାରୀଣୀ ଭାବେ ଶୁଭଲକ୍ଷ୍ମୀ ପୂଜାରୀ ଶୁକ୍ରବାର ଦିନ ସନ୍ଧ୍ୟାରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନାରେ ଥାନାଧିକାରୀଣୀ ଭାବେ କାର୍ଯ୍ୟରତ ଥିଲେ। ତାରାସିଂ ଅଞ୍ଚଳରେ ନିଶାଦ୍ରବ୍ୟ ଚୋରା ଚାଲାଣ, ଗୋରୁ ଗୋଚାଲାଣ ବନ୍ଦ ଏବଂ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବା ମୋର ପ୍ରଥମ କର୍ତ୍ତବ୍ୟ ହେବ ବୋଲି ଥାନାଧିକାରୀଣୀ ଶ୍ରୀମତୀ ପୂଜାରୀ କହିଛନ୍ତି। ତାରାସିଂ ଥାନା ଅଞ୍ଚଳ ରେ କେମିତି ଭାଇ ଚାରାର ଭାବ ଦୃଢ ହେବ ସେଥିପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ ଲୋଡି କାମ କରିବେ ବୋଲି ଥାନାଧିକାରୀଣୀ ଶ୍ରୀମତୀ ପୂଜାରୀ କହିଛନ୍ତି ।