ଭଞ୍ଜନଗର : ମିଶନ ଶକ୍ତି କର୍ମଚାରୀଙ୍କୁ ତାଲିମ

ଭଞ୍ଜନଗର ୦୫/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନାର ସଫଳତା ନେଇ ମିଶନ ଶକ୍ତି ଓ ଗ୍ରାମ ବିକାଶ ପକ୍ଷରୁ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଡିଓ ଭାରତୀ ଦେବୀ,ମିଶନ ସକ୍ତି ବ୍ଲକ ପ୍ରକଲ୍ପ ସଂଯୋଜକ ପ୍ରଶାନ୍ତ କୁମାର ନାୟକ,ସହକାରୀ ଉଦ୍ୟାନ କୃଷି ଅଧିକାରୀ ମାନସ ରଞ୍ଜନ ରଣା,ବ୍ଲକ କୃଷି ଅଧିକାରୀ ସଂଗ୍ରାମ କୁମାର ସେନାପତି,ବ୍ଲକ ମତ୍ସ୍ୟ ଅଧିକାରୀ ସୁଧାଂଶୁ ଶେଖର ସାହୁ,ପ୍ରାଣୀ ସଂପଦ ବିଭା ଅଧିକାରୀ ଡ.ଟୁକୁ,ଗ୍ରାମ ବିକାଶ ଜିଲ୍ଲା ପ୍ରକଲ୍ପ ଅଧିକାର ଅମୁଲ୍ୟ କୁମାର ଚୌଧୁରୀ,ଅନନ୍ତ କିଶୋର ଗଉଡ,ପ୍ରତିକ୍ଷା ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ମିଶନ ଶକ୍ତି ର ଏମବିକେ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଶେଷକରି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉଥିବା ସରକାର ଙ୍କ ବିଭିନ୍ନ ବିଭାଗର ଜନହିତକର ଯୋଜନା ବାବଦରେ ମହିଳା ମାନେ କିଭଳି ଲାଭ ପାଇବେ ଓ ସ୍ବାବଲମ୍ବୀ ହେବେ ସେ ନେଇ ଉପସ୍ଥିତ ମିଶନ ଶକ୍ତି ର କର୍ମଚାରୀ ଙ୍କୁ ତାଲିମ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *