ଉତ୍କଳ ବେଲମା ସମାଜର ଚାରି ତାଲୁକ (ଘୁମୁସର, ଆଠଗଡ଼, ଧରାକୋଟ,ଖାଲସା) ଓ ସମସ୍ତ ପଲ୍ଲି ପରିଷଦର ମିଳିତ ବୈଠକ ଅନୁଷ୍ଠିତ

ଭଞ୍ଜନଗର-୦୬/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଆଜି ଉତ୍କଳ ବେଲମା ସମାଜର ଚାରି ତାଲୁକା ଘୁମୁସର, ଆଠଗଡ଼, ଧରାକୋଟ, ଖାଲସା ଓ ସମସ୍ତ ପଲ୍ଲି ପରିଷଦ ମିଳିତ ବୈଠକ ବାଲିପଦର ସ୍ଥିତ ଲକ୍ଷ୍ମୀ ଜ୍ୟୋତି ଫିଲିଙ୍ଗ୍ ଷ୍ଟେସନ ଆସ୍କାରୋଡ ନିକଟ ଫରେଷ୍ଟ ପାର୍କ ଠାରେ ଚାରି ତାଲୁକର ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି।ପ୍ରଥମେ କୁଳଗଙ୍ଗା ଠାରେ ପ୍ରଦୀପ ପ୍ରଜ୍ବଳନ ପୁର୍ବକ ବିଭୁ ପ୍ରାଥନା କରି ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା।ସମାଜର ବିକାଶ ମୁଳକ କାର୍ଯ୍ୟରେ ସମସ୍ତ ସଦସ୍ଯ ମନୋନିବେଶ କରି ଅସହାୟ ଜନ ସାଧାରଣ ଓ ଶିକ୍ଷାବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ବୈଠକରେ ଗୁରୁତ୍ବ ଦିଆ ଯାଇଥିଲା। ଉକ୍ତ ବୈଠକରେ ଉପ-ସଭାପତି କବିରାଜ ନାୟକ, ସମ୍ପାଦକ ନାରାୟଣ ବେହେରା, କୋଷାଧ୍ୟକ୍ଷ ପ୍ରଫୁଲ କୁମାର ନାହାକ, କୁଳାଧିକାରୀ ସୂର୍ଯ୍ୟ କାନ୍ତ ନାୟକ, କୁଳାଧିକାରୀ ବାଳ କୃଷ୍ଣ ନାୟକ, ଉପଦେଷ୍ଟା କାମେଶ୍ୱର ବେହେରା, ଉପଦେଷ୍ଟା ଭୀମସେନ ବେହେରା, ଉପଦେଷ୍ଟା ପ୍ରଭାକର ପ୍ରଧାନ, ସଂଯୋଜକ ବଳରାମ ପ୍ରଧାନ, ବାର୍ତ୍ତାବହ ଅଶୋକ କୁମାର ନାୟକ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ନୂତନ ଭାବେ ବେଲମା ସମାଜର ଚାରି ତାଲୁକାର ଏକ ଆଞ୍ଚଳିକ କାଯ୍ଯାଳୟ ବାଲିପଦର ଠାରେ ଖୋଲିବା ପାଇଁ ଦିଆ ଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇ ଥିଲା। ବେଲମା ସମାଜର ମହାସଭା ନିମନ୍ତେ ଏକ ସ୍ମରଣୀକା ପ୍ରକାଶ କରିବା ପାଇଁ ବୈଠକ ରେ ସ୍ଥିରୀକୃତ ହୋଇ ଥିଲା। ଉକ୍ତ ବୈଠକରେ ଚାରି ତାଲୁକର ସମସ୍ତ ପଲ୍ଲି ପରିଷଦ ଯଥା ଡେଙ୍ଗାପଦର, ଗାମୁଣ୍ଡି, ଲୁଣିପଡା ଶାସନ,ପର୍ଶୁଲୁଣ୍ଡା, ଖୁକୁଣ୍ଡିଆ, ଅମ୍ବପୁଆ, ଗୁଣ୍ଠପଡା, ବାଲିଛାଇ, ନିରାଳ,ରସିପୁର,ମାମୁଁ ଢିଅ, ଚଢିଆପଲ୍ଲୀ, ଫୁଲସରାପଲ୍ଲି, ନବରତ୍ନପୁର,ଦେବ ଭୂମୀ, ବାଲିସିରା,ପିଠାପୁର, ବାଲିଆସରା, ବାଲିପଦର, ବୋରି, କବି ସୂର୍ଯ୍ୟ ନଗର, କବି ସୂର୍ଯ୍ୟ ନଗର-୨, ବିରିପୁର ପ୍ରଭ୍ରୁ୍ତି ପଲ୍ଲି ପରିଷଦର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଉପସଭାପତି କବିରାଜ ନାୟକ ଧନ୍ଯବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *