ଭଞ୍ଜନଗର : ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟରେ ଏଣିକି ରାତିରେ ଛାତ୍ରୀଛାତ୍ରଙ୍କ ପାଇଁ ରୁଟି : ପାଠ ପଢ଼ିବା ପାଇଁ ଆଗ୍ରହ ସହ ଅଧିକ ଭିଟାମିନ

ଭଞ୍ଜନଗର ୦୬/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟରେ ଶନିବାର ବନ ମହୋତ୍ସବ ସପ୍ତାହ ଅବସରରେ ଚାରା ରୋପଣ ହୋଇଥିଲା। ଏହି ଅବସରରେ ରୋଟି ତିଆରି ମେସିନ ମଧ୍ୟ ଉଦ୍‌ଘାଟିତ ହୋଇଥିଲା । ରାତିରେ ଛାତ୍ରୀଛାତ୍ର ମାନେ ଭାତ ବଦଳରେ ରୋଟି ଖାଇଲେ ଅଧିକ ସମୟ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି ହେବ। ଏଥିସହ ଭାତ ଅପେକ୍ଷା ରୋଟିରେ ଅଧିକ ଭିଟାମିନ ଅଛି। ତେଣୁ ବିଦ୍ୟାଳୟରେ ପଢୁଥିବା ଶତାଧିକ ଛାତ୍ରୀଛାତ୍ରଙ୍କୁ ରୋଟି ଖାଦ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି ମେସିନ ଉଦ୍‌ଘାଟିତ ହୋଇଛି ବୋଲି ବିଦ୍ୟାଳୟ ଚେୟାରମ୍ୟାନ ଅଜିତ ଶତପଥି କହିଛନ୍ତି। ଏଥିସହ ବାହାର ଲୋକ ଚାହିଁଲେ ଗୋଟିଏ ରୋଟି ପିଛା ୩ ଟଙ୍କା ଦେଇ କିଣି ନେଇପାରିବେ । ଆୟୋଜିତ ସଭାରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଉପଦେଷ୍ଟା ଶୁଳପାଣି ଶତପଥି, ସନ୍ତୋଷ ଜେନା, ସିମାଞ୍ଚଳ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିବା ସହ ନୂତନ ମେସିନକୁ ଉଦ୍‌ଘାଟିତ କରିଥିଲେ ।

Leave a Reply

Your email address will not be published. Required fields are marked *