ଯାଜପୁର: ସାବୁନ ରେ ମା ସୁଭଦ୍ରା ଙ୍କ ଦେବ ଦଳନ ରଥ ନିର୍ମାଣ

ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ହରି ପୁର ଗ୍ରାମ ର ବାଲୁକା ଶିଳ୍ପୀ ସନ୍ତୋଷ ପ୍ରଧାନ ସାବୁନ ରେ ମା ସୁଭଦ୍ରା ଙ୍କ ଦେବ ଦଳନ ରଥ ନିଖୁଣ ଭାବରେ ନିର୍ମାଣ କରି ଚର୍ଚ୍ଚା ର ବିନ୍ଧୁ ପାଲଟିଛନ୍ତି । ସେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଭାବରେ ପରିଚିତ । ବାହୁଡା଼ ଯାତ୍ରା ଅବସର ରେ ଶୁକ୍ରବାର ଗୋଟିଏ ସାବୁନ ରେ ଚାରି ଇଞ୍ଚ୍ ରୁ କମ ହେବ ଦେବ ଦଳନ ରଥ ନିର୍ମାଣ କରିଛନ୍ତି । ଗୋଟିଏ ଛୁଞ୍ଚି ଓ ଛୁରୀ ସାହଯ୍ୟ ରେ ସାବୁନ ରେ ନିଜର ନିଖୁଣ ଭାବ ରେ କଳାକୃତିର ଦେବଦଳନ ରଥ ନିର୍ମାଣ କରି ଯାଜପୁର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ତାଙ୍କର କଳା କୃତି ରଥ ନିର୍ମାଣ ଭିଡ଼ିଓ ସମଗ୍ର ଜିଲ୍ଲା ରେ ଘୁରି ବୁଲୁଛି ତାଙ୍କର ଏହି କାର୍ଯ୍ୟ କୁ ପ୍ରଶଂସା କରାଯାଉଛି ।

Leave a Reply

Your email address will not be published. Required fields are marked *