ପୃଥକ ମାମଲାରେ ଦୁଇ ଜଣକୁ କୋର୍ଟ ଚାଲାଣ

ଭଞ୍ଜନଗର ୦୭/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଇଲାକାରେ ଆଜି୨ ଟି ପୃଥକ ମାମଲାରେ ପୁଲିସ୍ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ଗତମାସ ୨୧ ତାରିଖ ଦିନ କଳିଙ୍ଗପଦର ଗ୍ରାମର ରାକେଶ ପ୍ରଧାନ(୨୫) ଗାଡିରେ ତେଲ ପକାଇବା ପାଇଁ ଯାଉଥିବା ସମୟରେ ସେହି ଗ୍ରାମର ଦିଲ୍ଲିପ୍ ବେହେରା ତାକୁ ଅଟକାଇ ଗାଳି ଗୁଲଜ କରିବା ସହ କାଠ ବାଡିରେ ଆକ୍ରମଣ କରିବା ସହ ମୋବାଇଲ ଛଡାଇ ନେଇଥିବା ଅଭିଯୋଗ କରିଥିଲେ। ତାର ମୁଣ୍ଡରେ ଆଘାତ ଲାଗିବା ସହ ଚେତା ପଳାଇଥିବା ବେଳେ ପରିବାର ଲୋକ ତାକୁ ଭଞ୍ଜନଗର ମେଡିକାଲ୍ରେ ଭର୍ତ୍ତି କରିଥିଲେ। ଏହାପରେ ସେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ କେସ୍ ନମ୍ବର ୨୪୪ରେ ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ଦିଲ୍ଲିପକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ଗତ ୩ ତାରିଖ ଦିନ ସାରଙ୍ଗପଟା ଗ୍ରାମର ଶାରଳା ନାଇକ ତାଙ୍କ ସ୍ବାମୀ ଅଭିମନ୍ୟୁ ନାଇକଙ୍କୁ ଗତମାସ ୨୪ ତାରିଖ ଦିନ ଘର ସାମ୍ନାକୁ ଆସି ପାଟିତୁଣ୍ଡ କରିବା ସହ ଆକ୍ରମଣ କରିବା ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ତାଙ୍କ ପ୍ରଥମେ ଭଞ୍ଜନଗର ମେଡିକାଲ ସେଠାରୁ ବ୍ରହ୍ମପୁର ଓ ବର୍ତ୍ତମାନ କଟକ ମେଡିକାଲରେ ଚିକିତ୍ସା ଚାଲିଥିବା ଅଭିଯୋଗ କରିବା ପରେ ପୁଲିସ୍ କେସ୍ ନମ୍ବର ୨୫୮ରେ ମାମଲା ରୁଜୁ ସହ ତଦନ୍ତ କରି ସେହି ଗ୍ରାମର ଗୋଲା ନାୟକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *