କଳାହାଣ୍ଡି ଜିଲ୍ଲାରେ ବିଶ୍ୱ ଯୁବ କୌଶଳ ଦିବସ ପାଳିତ

କଳାହାଣ୍ଡି (ପର୍ଶୁରାମ ସିନ୍ଦୁର, ଓଡ଼ିଶା ଟୁଡେ) : ବିଶ୍ୱ ଯୁବ କୌଶଳ ଦିବସ ଅବସରରେ ମାଇ ଭାରତ କଳାହାଣ୍ଡି, ଭାରତ ସରକାରଙ୍କ ଯୁବ ଏବଂ କ୍ରୀଡା ମନ୍ତ୍ରଣାଳୟ ଓ ଜନ ଶିକ୍ଷଣ ସଂସ୍ଥାନ, କଳାହାଣ୍ଡି ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ସଂଯୁକ୍ତ ପଦକ୍ଷେପରେ ସମ୍ପ୍ରସାରଣ ତାଲିମ କେନ୍ଦ୍ର, ଭବାନୀପାଟଣା ଠାରେ ବିଶ୍ୱ ଯୁବ କୌଶଳ ଦିବସ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଯୁବ ପିଢିକୁ ବୃତ୍ତିମୂଳକ କୌଶଳ ମାଧ୍ୟମରେ ସ୍ୱାବଳମ୍ବନ ଓ ନିଜ ଭବିଷ୍ୟତ ଗଢିବା ପାଇଁ ପ୍ରୋତ୍ସାହନ ଦେବା। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ ସେ ନିଜ ଉଦ୍ବୋଧନରେ ଯୁବ ଶକ୍ତିର ସଠିକ୍ ଦିଗନିର୍ଦ୍ଦେଶ ଓ ଦକ୍ଷତା ବିକାଶ ଉପରେ ଜୋର ଦେଇ କହିଥିଲେ, “ଯୁବକ ମାନେ ଦେଶର ଭବିଷ୍ୟତ। ସେମାନଙ୍କୁ ଯଦି ସଠିକ୍ ପ୍ରଶିକ୍ଷଣ ଓ ଅବସର ମିଳିଥାଏ, ତେବେ ସେମାନେ ଜୀବନରେ ଆଗକୁ ବଢ଼ିପାରିବେ।”ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି CRPF 64BN ର ଡେପୁଟି କମାଣ୍ଡାଣ୍ଟ ସଚିଦାନନ୍ଦ ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂହ ରାଉତ, ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ ସୁବ୍ରତ କୁମାର ତ୍ରିପାଠୀ ଓ ମାଇ ଭାରତର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଯୋଗଦେଇ ଦିବସପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ 100 ଯୁବ ଲାଭାନ୍ବିତଙ୍କୁ ତାଲିମ ପରେ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ଏହି ସର୍ଟିଫିକେଟ୍ ସେମାନଙ୍କୁ କୌଶଳ ଅଧାରିତ ଚାକିରି କିମ୍ବା ଉଦ୍ୟମିତା ଯାତ୍ରାରେ ଏକ ମଜବୁତ ସ୍ରୋତ ହେବ। ଏଥିରେ ମଞ୍ଚ ପରିଚାଳନା କରିଥିଲେ ଆର୍ୟା ନାୟକ, କାର୍ଯ୍ୟକ୍ରମର ଶେଷରେ କ୍ଷୀରମଣୀ କୁମ୍ଭାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମର୍ପିତ ଭାବେ ନିଜ ସେବା ଦେଇଥିଲେ ସ୍ବେଛାସେବୀ ଶମ୍ଭୁ ବିଶି, ଚୁଡାମଣି ମାଝି, ରାଜବୀର ବାଗ୍, ଦୀପକ ବେହେରା, ଅଭିଷେକ୍ ମହାପାତ୍ର,ଅମ୍ବେ ପ୍ରସାଦ ପ୍ରଦାନି, ଲିପାମଣୀ ନାଗ, ପଂକଜିନୀ ମାଝି, ଭୀଷ୍ମ ବାଗ ଓ ଶାଶ୍ୱତୀ ରଥ ।

Leave a Reply

Your email address will not be published. Required fields are marked *