ଭଞ୍ଜନଗର : ସୋମ୍ୟଶ୍ରୀ ଙ୍କ ଆତ୍ମ ର ସଦ୍ଗତି ପାଈଁ ଶୋକସଭା

ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଆଜି ସାରା ରାଜ୍ୟ ରେ ଯେଉଁ ହୃଦୟ ବିଦାରକ ଦୃଶ୍ୟ ସାମ୍ନା କୁ ଆସିଛି ତାହା ସମ୍ପୂର୍ଣ ରାଜ୍ୟବାସୀ ଙ୍କ ମନକୁ ସ୍ତବ୍ଧ କରିଦେଇଛି। ଜାତିକୁ ଦିଗଦର୍ଶନ ଦେବାପାଇଁ ନିଜେ ନିଜକୁ ଆତ୍ମହୁତି ଦେବାକୁ ମଧ୍ୟ ପଛେଇନାହିଁ। ଅନ୍ତର ର କଷ୍ଟ ବେଦନା କୁ ଛାତି ତଳେ ଚାପି ରଖି ଶିକ୍ଷା ଗ୍ରହଣ କରୁଥିବା ମହା ବିଦ୍ୟାଳୟ ର ଅଧକ୍ଷ, ଅଧ୍ୟାପକ, ସ୍ଥାନୀୟ ବିଧାୟକ, ସାଂସଦ, ସ୍ଥାନୀୟ ପୋଲିସ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ନିଜର କରୁଣ କାହାଣୀ ଜଣାଇବା ପରେ ମଧ୍ୟ ସମାଜ ରେ ହାରିଯାଇଛି। ଆଉ ନିଜର ଯୌନ ଉତ୍ପୀଡ଼ନା ବାଧ୍ୟତା କୁ ସହ୍ୟ ନ କରିପାରି ନିଜେ ନିଜକୁ ଜାଳିଦେଇଛି। ଏହି ଦୁଃଖ ମୟ ସମୟରେ ସୋମ୍ୟଶ୍ରୀ ର ଆତ୍ମ ର ସଦ୍ଗତି ପାଈଁ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ରେ ପ୍ରଦୀପ ପ୍ରଜ୍ବଳନ କରିଛନ୍ତି. ସେହିପରି ଭଞ୍ଜନଗର ମେଡିକାଲ ନିକଟସ୍ଥ ନେକ୍ସଟଜେନ କମ୍ପୁଟର ଏକାଡେମୀ ରେ ମଧ୍ୟ ସୋମ୍ୟଶ୍ରୀ ର ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ଶୋକସଭା ମାଧ୍ୟମ ରେ ଅମର ଆତ୍ମ ର ସଦ୍ଗତି କାମନା କରିଛନ୍ତି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନେ। ଛାତ୍ରୀ ମାନେ ନିଜେ ସୁରକ୍ଷିତ କିପରି ଭାବରେ ରହିବେ ଅସୁବିଧା ସ୍ଥଳେ କଣ ପଦକ୍ଷେପ ନେବେ ସେ ଉପରେ ସାମ୍ୟକ ମନ୍ତବ୍ୟ ସମାଜସେବୀ ଅରକ୍ଷିତ ପରିଛା ପିଲାମାନଙ୍କୁ ଜଣାଇଥିଲେ। ସୋମ୍ୟଶ୍ରୀ ଆତ୍ମହୁତି ଦେଇ ଜାତି ପାଈଁ ଏକ ପ୍ରେରଣା ର ଉଚ୍ଚ ସାଜିଗଲେ କି ସର ବିଶ୍ୱ କୁ ଜଣାଇଦେଲେ ନାରୀ ନିଜେ ଭାଙ୍ଗି ଯିବେ ପଛେ ମୁଣ୍ଡ ନୁଆଇଁବେ ନାହିଁ ।

Leave a Reply

Your email address will not be published. Required fields are marked *