ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

ଭଞ୍ଜନଗର ୧୬/୦୭( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗ): ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଗୃହ ଠାରେ ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ଉପସଭାପତି ପର୍ଶୁରାମ ସ୍ୱାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ ସମ୍ପାଦକୀୟ ବିବରଣୀ ପାଠ କରିବାପରେ ସଦସ୍ୟ ଅମରବିଳାସ ବେହେରା ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l କେନ୍ଦ୍ର ସରକାର ପେନସନ ଭୋଗୀଙ୍କ ପାଇଁ ନିୟମରେ ପରିବର୍ତ୍ତନ ଆଣି ଆର୍ଥିକ ଅସୁବିଧା କରିବା ଲକ୍ଷ୍ୟରେ ପାର୍ଲିଆମେଣ୍ଟରେ ଚିଠା ପ୍ରସ୍ତାବ ଆଗତ ଉପରେ କ୍ଷୋଭ ପ୍ରକାଶ କରାଯାଇଥିଲା, ଯଦ୍ୱାରା ପେନସନ ଭୋଗୀ ଆର୍ଥିକ କ୍ଷତିର ଘୋର ଦୁର୍ଦିନର ସମ୍ମୁଖୀନ ହେବାସହ ସାମ୍ବିଧାନିକ ମୌଳିକ ଅଧିକlରରୁ ବଂଚିତ ହେବେ l ଏଥିସହ ଭଞ୍ଜନଗର ମୁନିସିପାଲିଟି ଘୋଷଣା, ଘୁମୁସର ଜିଲ୍ଳା ଗଠନ, ରେଳପଥ, ଉପରେ ଗୁରୁତ୍ୱ ଦେବା ପାଇଁ ଆଲୋଚନା କରାଯାଇଥିଲା l ଏଥିରେ ଭଞ୍ଜନଗରର ବହୁବିଧ ଉର୍ନ୍ନତି ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା l ସଂଘ ପାଇଁ ଏକ ସ୍ଥାୟୀଗୃହର ଆବଶ୍ୟକତା ଉପରେସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଅନିଲ କୁମାର ପଣ୍ଡା, ସନ୍ତୋଷ କୁମାର ଜେନା, ସୁବାସ ଚନ୍ଦ୍ର ତାରିଣୀ, ଜଗବନ୍ଧୁ ଜେନାଙ୍କୁ ଦାୟିତ୍ୱ ଦିଆଗଲା l ନେତାଜୀ ବିଷୋୟୀ, ରାଜକୁମାର ସାହୁ ଓ ବୃନ୍ଦାବନ ନାୟକ ନୂତନଭାବେ ସଂଘରେ ଯୋଗଦେଇଥିଲେ lବାର୍ଷିକ ଉତ୍ସବ, ସଭ୍ୟଚନ୍ଦା, ପରିଚୟ ପତ୍ର ଉପରେ ମଧ୍ୟ ଆଲୋଚନା କରlଯାଇଛି l ଶେଷରେ ସନ୍ତୋଷ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *