ଗୋବା ରେ ଯୁବକ ମୃତୁ ଘଟଣାରେ ପୁଣି ୩ ଜଣ ଅଭିଯୁକ୍ତ ଗିରଫ ; ମୋଟ ୮ ଜଣ ଙ୍କୁ ଗିରଫ କରୁଛି ଛତ୍ରପୁର ପୋଲିସ୍

ଛତ୍ରପୁର : ୧୬/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ) : ଗୋବା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ରେ ଜଣଙ୍କ ମୃତ୍ୟୁ ଘଟଣାରେ ପୂର୍ବରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପୁଣି ଛତ୍ରପୁର ଥାନା ପୋଲିସ ଆଉ ୩ ଜଣ କୁ ଗିରଫ କରିଛି । ୪୦୫/୨୦୨୫ ରେ ଛତ୍ରପୁର ଥାନାରେ ଏକ ମାମଲା ରୁଜୁ କରିଥିଲା ପୋଲିସ l ପୂର୍ବ ରୁ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ନିରଞ୍ଜନ ସ୍ୱାଇଁ, ହର୍ଷ ସାହୁ, ଗୌରୀ ଶଙ୍କର ସ୍ୱାଇଁ, ଅଖିଳ ସ୍ୱାଇଁ ଓ ତପନ ସାହୁ କୁ କୋର୍ଟ ଚାଲାଣ କରିଥିବା ବେଳେ ମଙ୍ଗଳ ବାର ପୁଣି ୩ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ସେମାନଙ୍କ ମଧ୍ୟରେ ସମିର ସାହୁ (୨୨),ବିଭୂତି ସ୍ୱାଇଁ (୩୭),କେଦାର ସ୍ୱାଇଁ (୨୫) ଙ୍କ ସମେତ ମୋଟ ୮ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏନେଇ ମଙ୍ଗଳ ବାର ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଅତିରିକ୍ତ ଏସପି ରଂଜିତ କୁମାର ପୃଷ୍ଟି ସୂଚନା ଦେଇଛନ୍ତି l ଗୋଟିଏ ଠେଙ୍ଗା, ୩ ହଳ ଚପଲ ଓ ବାଉଁଶ ଜବତ ହୋଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି l ଏନେଇ ଆହତ ହୋଇଥିବା ସୁଧୀର ସ୍ୱାଇଁ ଛତ୍ରପୁର ଥାନାରେ ୨୦ ଜଣଙ୍କ ନାମରେ ଅଭିଯୋଗ କରିଥିବା ବେଳେ ଅନ୍ୟ ମାନଙ୍କୁ ଅଟକ ରଖି ପୋଲିସ ପଚରା ଉଚରା ଜାରି ରଖିଛି l କୋଠ ସମ୍ପତ୍ତି ଓ ପୂର୍ବ ଶତ୍ରୁତା ଅଘଟଣ ର ପ୍ରକୃତ କାରଣ ବୋଲି ପୋଲିସ ପ୍ରାଥମିକ ତଦନ୍ତ ରୁ ସୂଚନା ପାଇଛି l ସୂଚନା ଥାଉ କି, ପୂର୍ବରୁ ଗୋବା ଗ୍ରାମ ବିଦ୍ୟୁତ ସବ ଷ୍ଟେସନ ନିକଟରେ କିଛି ଦୁର୍ବୁତ୍ତ ଗୋଟିଏ ବାଇକ ଯୋଗେ ଆସି ଆକ୍ରମଣ କରିଥିଲେ l ସେଥିରେ ତୋଫାନ ସ୍ୱାଇଁ ଙ୍କ ମୃତ୍ୟୁ ଘଟିଥିବା ବେଳେ ନନ୍ଦ ବାରିକ, ଆଦିତ୍ୟ ସାହୁ, ରାହୁଲ ସ୍ୱାଇଁ, ସୁଧୀର ସ୍ୱାଇଁ ଆହତ ହୋଇଥିଲେ l ଦୀର୍ଘ ବର୍ଷ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଲାଗି ରହିଥିବା ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଥିଲା l ଏବେ ବି ଆହୁରି ଫେରାର ଅଛନ୍ତି ସେମାନଙ୍କୁ ଧରିବା ପାଇଁ ଅଧିକ ରୁ ଅଧିକ ତଦନ୍ତ ଜାରି ରଖିଛି ଛତ୍ରପୁର ପୋଲିସ୍ ବୋଲି ଅତିରିକ୍ତ ଏସପି ରଂଜିତ କୁମାର ପୃଷ୍ଟି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *