ଫକୀର ମୋହନ ବିଶ୍ବବିଦ୍ୟାଳୟ ଛାତ୍ରୀ ତଥା ଏବିଭିପି କାର୍ଯ୍ୟକର୍ତ୍ତା ସୋମ୍ୟଶ୍ରୀର ବ୍ୟବସ୍ଥାଗତ ହତ୍ୟା ବିରୁଦ୍ଧରେ ୧୭ ତାରିଖ ଓଡ଼ିଶା ବନ୍ଦ ଡାକରା ସଫଳ କରିବାକୁ ଆହ୍ୱାନ

ଭଞ୍ଜନଗର ୧୬/୦୭( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ବୁଧବାର ପୂର୍ବାହ୍ନ ୧୦ଟା ବେଳେ ୟୁବି ହାଇ ସ୍କୁଲ ଛକ ନାୟକ ବାସଭବନରେ ଏକ ଜରୁରୀ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି।
ବାଲେଶ୍ୱର ଜିଲ୍ଲାର ଝିଅ ସୌମ୍ୟଶ୍ରୀ ବିଶି ପ୍ରତି ହୋଇଥିବା ବ୍ୟବସ୍ଥାଗତ ହତ୍ୟା ବିରୁଦ୍ଧରେ ୧୭ ତାରିଖ ଦିନ କଂଗ୍ରେସ ସମେତ କମ୍ୟୁନିଷ୍ଟ ପାର୍ଟି ଓ ଅନ୍ୟନ୍ୟ ୮ଟି ରାଜନୈତିକ ଦଳ ତରଫରୁ ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ଭଞ୍ଜନଗରରେ ବନ୍ଦକୁ ସଫଳ କରିବା ପାଇଁ ନିଷ୍ପତି ନିଆଯାଇଛି। ସ୍କୁଲ, କଲେଜ, ଅଫିସ, ଦପ୍ତର, ଯାନବାହାନ ଦୋକାନ, ବଜାର ଆଦି ବନ୍ଦ କରିବା ପାଇଁ ଅନୁରୋଧ କରାଯାଇଛି । ବାଲେଶ୍ୱର ଜିଲ୍ଲାର ଝିଅ ସୌମ୍ୟଶ୍ରୀ ଙ୍କ ଦାରୁଣ ମୃତ୍ୟୁ ରେ ସାରା ଦେଶ ହତଚକିତ, ଫକୀର ମହୋନ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ ଘୋଷ, ପ୍ରାଧ୍ୟାପକ ସମୀର ସାହୁ ଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ସାଂସଦ, ବିଧାୟକ ସମସ୍ତଙ୍କୁ ଜଣାଇ ବାରମ୍ବାର ନ୍ୟାୟ ଭିକ୍ଷା କରିଥିଲେ ମଧ୍ୟ କେହିବି କର୍ଣ୍ଣପାତ କରିନଥିଲେ। ଯାହାଦ୍ୱାରା ସେ ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛି। ଏଥିପାଇଁ ସମସ୍ତ ସରକାରୀ ବ୍ୟବସ୍ଥା ଦାୟୀ ବୋଲି ଆଜିର ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଛି। ଯାହାଦ୍ୱାରା ଆସନ୍ତା ୧୭ ତାରିଖ କାଲି ଓଡିଶା ବନ୍ଦ ଡାକରାକୁ ଭଞ୍ଜନଗର ରେ ସଫଳ କରିବା ପାଇଁ ଆମେ ଭଞ୍ଜନଗର ବାସୀଙ୍କୁ ନିବେଦନ କରୁଛୁ ଦଳମତ, ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ବନ୍ଦକୁ ସଫଳ କରିବାକୁ ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟର ଆବାହକ ଓ ବରିଷ୍ଠ ଆଇନଜୀବି ସୋମନାଥ ନାୟକ କଂଗ୍ରେସର ପ୍ରଶାନ୍ତ ବିଷୋୟୀ, ଆଇନଜୀବୀ ଅଭିମନ୍ୟୁ ଗୌଡ଼, ସିପିଆଇ(ଏମ-ଏଲ)ର ଜିଲ୍ଲା ସମ୍ପାଦକ ନିରାକାର ନାୟକ, ସମାଜସେବୀ ରବି ନାରାୟଣ ସାମନ୍ତ, ବିପିନ କୁମାର ବେହେରା, ଯୁଧିଷ୍ଠିର ବେହେରା,ଏସ ଏନ ପ୍ରଧାନ, ସୁରେନ୍ଦ୍ର ବେହେରା, ଗୋବିନ୍ଦ ଚନ୍ଦ୍ର ଲେଙ୍କା ପ୍ରମ୍ମୁଖ ବନ୍ଦକୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *