କେସିଙ୍ଗା ବ୍ଲକ ଲଇତରା ସିରୁଲ ଏବଂ ବାଳଶି ଗ୍ରାମ ପଞ୍ଚାୟତ ଦାୟିତ୍ଵ ରେ ଥିବା କନିଷ୍ଠ ଯନ୍ତ୍ରୀ ତ୍ରିଲୋଚନ ବେହେରା ଙ୍କ କାର୍ଯ୍ୟ ପ୍ରଣାଳୀକୁ ନେଇ ଭିଜିଲାନ୍ସ ତଦନ୍ତ ପାଇଁ ଜନ ସାଧାରଣ ରେ ଦାବି

କଳାହାଣ୍ଡି (କଳାହାଣ୍ଡି ଜିଲ୍ଲା ପ୍ରତିନିଧି ପର୍ଶୁରାମ ସିନ୍ଦୁର ଙ୍କ ରିପୋର୍ଟ ଓଡିଶା ଟୁଡ଼େ): କେସିଙ୍ଗା ବ୍ଲକ ଅଧିନସ୍ଥ ଲଇତରା ଗ୍ରାମ ପଞ୍ଚାୟତ ଡେଣ୍ଡୋଗୁଡା ଖାତା ନମ୍ବର 224 ପ୍ଲଟ ନମ୍ବର 943 ଅଡର ତାରିଖ 03/12/2021, 7,32,000 ଟଙ୍କା C.D.P.T.F କମିଟି ଦ୍ଵାରା ମଞ୍ଜୁରୀ ହେଇ ଥିଲା କିନ୍ତୁ କନିଷ୍ଠ ଯନ୍ତ୍ରୀ ନିଜେ ମନମାନି କରି ଉନ୍ନୟନ ଖଳା କାମକୁ ଖାତା ନମ୍ବର 223 ପ୍ଲଟ ନମ୍ବର1489 ବସ୍ତି ଯୋଗ୍ୟ ପ୍ଲଟରେ କନିଷ୍ଠ ଯନ୍ତ୍ରୀ ମନମାନି କରୁଥିବା ଅଭିଯୋଗ ହେଉଅଛି ଉକ୍ତ ପ୍ଲଟ ଗରିବ ନିରୀହ ଭୂମିହୀନ ଉଦିଷ୍ଟ, କନିଷ୍ଠ ଯନ୍ତ୍ରୀ କେଉଁ ଉଦେଶ୍ୟରେ C.D.P.T.F କମିଟି ବିନା ଅନୁମତିରେ ନିଜ ଇଛା ମୁତାବକ ଜାଗା ନିର୍ଦ୍ଧାରିତ କରି ଉନ୍ନୟନ ଟଙ୍କା ହଡପ କରିବା ପାଇଁ ପ୍ରୟାସ କରୁଛନ୍ତି ଅନୁବତୀତ ପ୍ରସ୍ତାବିତ ସ୍ଥାନରେ ଖଳା ନିର୍ମାଣ ନକରି ଏଣେ ତେଣେ ଭଣ୍ଡାଇ ହେଉଁ ଥିବାରୁ ଲୋକଙ୍କ ମନରେ ସନ୍ଦେହ ଜାତ ହେଉଛି କନିଷ୍ଠ ଯନ୍ତ୍ରୀ ତ୍ରିଲୋଚନ ବେହେରା କାହାର ଛତ୍ର ଛାୟାରେ ରେ ରହି କାର୍ଯ୍ୟ ପ୍ରଣାଳୀକୁ ନେଇ ନିଜର ମନମାନି କରିବାକୁ ପଛଉ ନାହାନ୍ତି ସେହିପରି 2022-23 ଅଟକଳ ମୂଲ୍ୟ 1,43,704 ଏନ ଏଚ 26 ଠାରୁ କଲୋନୀ ପଡ଼ା ଜୋଲକୋ ନିର୍ଦ୍ଧାରିତ ସ୍ଥାନରେ ହେବାକୁ ଥିବା କାମକୁ କନିଷ୍ଠ ଯନ୍ତ୍ରୀ ତ୍ରିଲୋଚନ ବେହେରା ବାଞ୍ଜିମୁଣ୍ଡା ରାସ୍ତା ମୁରୁମ ପକାଇ ଟଙ୍କା ଆତ୍ମ ସାତର ପ୍ରୟାସ କରିଥିଲେ ଏହିପରି ଦୃନୀତି ଗ୍ରସ୍ତ କନିଷ୍ଠ ଯନ୍ତ୍ରୀ ତ୍ରିଲୋଚନ ବେହେରା ଅତ୍ୟଧିକ କାମରେ ଘୋଟାଲା ଦେଖି ଏହାର ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ହେଲେ ଭଲ ହେବ ବୋଲି ବୁଦ୍ଧି ଯିବି ମହଲରେ ଜୋର ସୋର ରେ ଚର୍ଚ୍ଚା ହେଉଛି ଦେଖି ବାକୁ ବାକି ରହିଲା ପ୍ରଶାସନ କେବେ ଦୃଷ୍ଟି ଦେବ ସରକାର ନାରା ଦେଇଥିବା ବିକଶିତ ଗ୍ରାମ ବିକଶିତ ଓଡିଶା ନାରା କେବେ ନିରୀହ ଲୋକଙ୍କ ପାଇଁ କାମରେ ଆସିବ ।

Leave a Reply

Your email address will not be published. Required fields are marked *