
ଭୁବନେଶ୍ୱର (ଓଡ଼ିଶା ଟୁଡେ): ଚାକିରି ଜୀବନ ଆରମ୍ଭରୁ ହିଁ ପ୍ରାଧ୍ୟାପକ ସମୀର ସାହୁ ବିବାଦୀୟ ଥିଲେ। ଢେଙ୍କାନାଳ ଜିଲ୍ଲା ଭୁବନର ବାଜିରାଉତ ମେମୋରିଆଲ୍ କଲେଜ୍ ରୁ ଚାକିରି ଆରମ୍ଭ କରିଥିଲ। ନିଜର ବିବାଦୀୟ କାର୍ଯ୍ୟକଳାପ ପାଇଁ ସେଠାରେ ମାଡ ଖାଇଥିଲେ। ଯେଉଁଥି ପାଇଁ ସେ ଛୋଟେଇ ଛୋଟେଇ ଚାଲୁଥିଲେ। ଏହି ଘଟଣା ପରେ ତାଙ୍କୁ କେନ୍ଦୁଝରର ଚମ୍ପୁଆ ଚନ୍ଦ୍ରଶେଖର କଲେଜକୁ ବଦଳି କରାଯାଇଥିଲା। ଏଠାରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ସମୀର ଜୈନିକ ଛାତ୍ରୀଙ୍କ ସହିତ ଅନୈତିକ ସମ୍ପର୍କ ରଖି ଧରାପଡିଥିଲେ। ଯେଉଁଥି ପାଇଁ ତାଙ୍କୁ ବାଲେଶ୍ବରକୁ ବଦଳି କରାଯାଇଥିଲା।ସମୀର ସାହୁ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଏଜୁକେସନ୍ ବିଭାଗରେ କନିଷ୍ଠ ଅଧ୍ୟାପକ ଭାବେ ୨୦୨୧ ମସିହା ଅକ୍ଟୋବର ୧୦ ରୁ ୨୦୨୩ ଫେବୃଆରୀ ୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଚମ୍ପୁଆ କଲେଜରେ ତାଙ୍କର କାର୍ଯ୍ୟକାଳ ୧ ବର୍ଷ ୪ ମାସର କାର୍ଯ୍ୟକାଳ ବିବାଦ ଭରି ରହିଥିଲା।ନିୟମିତ ସେ କ୍ଲାସ୍ ବାହାନାରେ ଛାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି କ୍ଲାସ୍ ରେ ଅଟକାଇ ରଖୁଥିଲେ।ଛାତ୍ରୀମାନଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ବ୍ଲାକ୍ ମେଲିଂ କରି ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ କେବଳ ଛାତ୍ରୀଙ୍କୁ ନୁହେଁ ଛାତ୍ରଙ୍କୁ ମଧ୍ୟ ବ୍ୟବହାର କରି ଧରାପଡିଥିଲେ। ଅନେକ ସମୟରେ ପଢାଇବା ବାହାନାରେ ଛାତ୍ରୀ ରହୁଥିବା ମେସ୍ ଓ ହଷ୍ଟେଲ୍ କୁ ଯାଇ ସମୟ ଅତିବାହିତ କରୁଥିଲେ। ନିରୋଳାରେ ଛାତ୍ରୀଙ୍କୁ ବୁଲାବୁଲି କରୁଥିବା ବେଳେ ମଧ୍ୟ ଧରାପଡ଼ିଥିଲେ। ତାଙ୍କର ଚରିତ୍ର ଠିକ୍ ନ ଥିବାରୁ ସହକର୍ମୀମାନେ ମଧ୍ୟ ତାଙ୍କ ପସନ୍ଦ କରୁ ନଥିଲେ। ଅଭିଯୋଗ ହେଇଥିଲେ ମଧ୍ୟ ତାଙ୍କୁ କର୍ତ୍ତୃପକ୍ଷ ଘଣ୍ଟ ଘୋଡାଇ ରଖିଥିବା ନେଇ ଶୁଣିବାକୁ ମିଳିଛି। ସମୀରଙ୍କ ଘର କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ହୋଇଥିବା ଜଣେ ଟାଣୁଆ ରାଜନେତାଙ୍କ ସମ୍ପର୍କୀୟ ଯୋଗୁଁ କଲେଜ କର୍ତ୍ତୃପକ୍ଷଙ୍କୁ ନିଜ କବଜ୍ଜାରେ ରଖୁଥିଲେ। ହେଲେ ସୌମ୍ୟାଶ୍ରୀଙ୍କ ଘଟଣା ପରେ ଏବେ ଅନେକ ସହକର୍ମୀ ତାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ।