ଜୁଲାଇ 30ରେ ଲଞ୍ଚ ହେବ ଶକ୍ତିଶାଳୀ ସାଟେଲାଇଟ୍‌ NISAR; ଦିନରାତି ପୃଥିବୀ ଉପରେ ରଖିବ ନଜର

ହାଇଦ୍ରାବାଦ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଏବଂ ଆମେରିକୀୟ ସ୍ପେଶ ଏଜେନ୍ସି (NASA) ମିଳିତ ଭାବେ NASA-ISRO ସିନ୍ଥେଟିକ୍ ଆପର୍ଚର ରାଡାର (NISAR) ପାଇଁ ଉତକ୍ଷେପଣ ତାରିଖ ଘୋଷଣା କରିଛନ୍ତି । ଦୁଇଟି ମହାକାଶ ସଂସ୍ଥାର ପ୍ରଥମ ମିଳିତ ଉପଗ୍ରହ ଆସନ୍ତା ଜୁଲାଇ 30ରେ ଐତିହାସିକ ଲଞ୍ଚ ହେବାକୁ ୟାଉଛି । ଏହାକୁ ଇସ୍ରୋର GSLV-F16 ସାହାଯ୍ୟରେ ସନ୍ଧ୍ୟା 5.40ଟାରେ ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯିବ ।ଇସ୍ରୋର ଲଞ୍ଚ ଯାନ NISAR ଉପଗ୍ରହକୁ 743 କିଲୋମିଟର ଦୂରରେ ଥିବା ସୂର୍ଯ୍ୟ-ସମକାଳୀନ କକ୍ଷପଥ (SSO)ରେ ପ୍ରବେଶ କରାଇବ । ଏଠାରେ କହି ରଖୁଛୁ କି, SSO ହେଉଛି ଏକ ଉପଗ୍ରହ କକ୍ଷପଥ ଯାହା ଏପରି ଭାବରେ ଡିଜାଇନ କରାଯାଇଛି ଯେ ଯେପରି ଉପଗ୍ରହଟି ପ୍ରତିଦିନ ପ୍ରାୟ ସମାନ ସ୍ଥାନରେ ସୌର ସମୟରେ ପୃଥିବୀର ଏକ ନିର୍ଦ୍ଦିଷ୍ଟ ସ୍ଥାନ ଉପରେ ଗତି କରେ । ଏହି କକ୍ଷପଥ ପୃଥିବୀର ମେରୁ ଉପରେ ଗତି କରେ ଏବଂ ସୂର୍ଯ୍ୟଙ୍କ ସ୍ଥିତି ସହିତ ତାଳ ଦେବା ପାଇଁ ଏହାର ସ୍ଥିତି ଧୀରେ ଧୀରେ ପରିବର୍ତ୍ତନ ହୁଏ । ଏହାଦ୍ବାରା ଉପଗ୍ରହଟି ଫଟୋ ଉଠାଇବା ବା ତଥ୍ୟ ସଂଗ୍ରହ କରିବା ସମୟରେ ଆଲୋକର ଦିଗ ପ୍ରାୟ ପ୍ରତ୍ୟେକ ଦିନ ସମାନ ହୋଇଥାଏ । ଏହା ସମୟ ସହିତ ପରିବର୍ତ୍ତନଗୁଡ଼ିକୁ ଟ୍ରାକ୍ କରିବା ସହଜ କରିଥାଏ – ଯେପରିକି ପାଣିପାଗରେ ପରିବର୍ତ୍ତନ, ଉଦ୍ଭିଦ ଅବସ୍ଥା, ଭୂମି ସ୍ଥିତି କିମ୍ବା ସହରାଞ୍ଚଳ ବିକାଶ । ଏହି ପ୍ରକାରର କକ୍ଷପଥ ସାଧାରଣତଃ ଜଳବାୟୁ ମନିଟରିଂ ଏବଂ ମ୍ୟାପିଂ ସାଟେଲାଇଟ୍ ଦ୍ବାରା ବ୍ୟବହୃତ ହୁଏ ।

ଇସ୍ରୋର ଲଞ୍ଚ ଯାନ NISAR ଉପଗ୍ରହକୁ 743 କିଲୋମିଟର ଦୂରରେ ଥିବା ସୂର୍ଯ୍ୟ-ସମକାଳୀନ କକ୍ଷପଥ (SSO)ରେ ପ୍ରବେଶ କରାଇବ । ଏଠାରେ କହି ରଖୁଛୁ କି, SSO ହେଉଛି ଏକ ଉପଗ୍ରହ କକ୍ଷପଥ ଯାହା ଏପରି ଭାବରେ ଡିଜାଇନ କରାଯାଇଛି ଯେ ଯେପରି ଉପଗ୍ରହଟି ପ୍ରତିଦିନ ପ୍ରାୟ ସମାନ ସ୍ଥାନରେ ସୌର ସମୟରେ ପୃଥିବୀର ଏକ ନିର୍ଦ୍ଦିଷ୍ଟ ସ୍ଥାନ ଉପରେ ଗତି କରେ । ଏହି କକ୍ଷପଥ ପୃଥିବୀର ମେରୁ ଉପରେ ଗତି କରେ ଏବଂ ସୂର୍ଯ୍ୟଙ୍କ ସ୍ଥିତି ସହିତ ତାଳ ଦେବା ପାଇଁ ଏହାର ସ୍ଥିତି ଧୀରେ ଧୀରେ ପରିବର୍ତ୍ତନ ହୁଏ । ଏହାଦ୍ବାରା ଉପଗ୍ରହଟି ଫଟୋ ଉଠାଇବା ବା ତଥ୍ୟ ସଂଗ୍ରହ କରିବା ସମୟରେ ଆଲୋକର ଦିଗ ପ୍ରାୟ ପ୍ରତ୍ୟେକ ଦିନ ସମାନ ହୋଇଥାଏ । ଏହା ସମୟ ସହିତ ପରିବର୍ତ୍ତନଗୁଡ଼ିକୁ ଟ୍ରାକ୍ କରିବା ସହଜ କରିଥାଏ – ଯେପରିକି ପାଣିପାଗରେ ପରିବର୍ତ୍ତନ, ଉଦ୍ଭିଦ ଅବସ୍ଥା, ଭୂମି ସ୍ଥିତି କିମ୍ବା ସହରାଞ୍ଚଳ ବିକାଶ । ଏହି ପ୍ରକାରର କକ୍ଷପଥ ସାଧାରଣତଃ ଜଳବାୟୁ ମନିଟରିଂ ଏବଂ ମ୍ୟାପିଂ ସାଟେଲାଇଟ୍ ଦ୍ବାରା ବ୍ୟବହୃତ ହୁଏ ।

2392 କିଲୋଗ୍ରାମ ଓଜନ ବିଶିଷ୍ଟ ଉପଗ୍ରହ NISAR ହେଉଛି ଏକ ଅନନ୍ୟ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ । ଏହା ନାସାର L-ବ୍ୟାଣ୍ଡ ଏବଂ ISROର S-ବ୍ୟାଣ୍ଡ ସମେତ ଡୁଆଲ୍-ଫ୍ରିକ୍ବେନ୍ସି ସିନ୍ଥେଟିକ୍ ଆପର୍ଚର ରାଡାର ସହିତ ପୃଥିବୀକୁ ପର୍ଯ୍ୟବେକ୍ଷଣ କରିବାରେ ପ୍ରଥମ ଉପଗ୍ରହ ହେବାକୁ ଯାଉଛି । ଦୁଇଟି ରାଡାରର ବ୍ୟବହାର ସହିତ ପ୍ରତ୍ୟେକକୁ ନିଜ ନିଜ ଉପାୟରେ ଅପ୍ଟିମାଇଜ୍ କରାଯାଇଛି, ଯାହା ମିଶନକୁ ବ୍ୟାପକ ପରିସରରେ ହେଉଥିବା ପରିବର୍ତ୍ତନକୁ ପର୍ଯ୍ୟବେକ୍ଷଣ କରିବାକୁ ଅନୁମତି ଦେଇଥାଏ ।

    କେମିତି କାମ କରିବ ନିସାର ?

    ଉଭୟ ରାଡାର NASAର 12 ମିଟର ଅନଫର୍ଲେବଲ୍ ମେଶ୍ ରିଫ୍ଲେକ୍ଟର ଆଣ୍ଟେନା ବ୍ୟବହାର କରେ, ଯାହାକି ଇସ୍ରୋର ପରିବର୍ତ୍ତିତ I3K ସାଟେଲାଇଟ୍ ବସ୍ ସହିତ ସଂଯୁକ୍ତ । NISAR 242 କିଲୋମିଟର ଏବଂ ଉଚ୍ଚ ରିଜୋଲ୍ୟୁସନ ସହିତ ପୃଥିବୀକୁ ପର୍ଯ୍ୟବେକ୍ଷଣ କରିବା ପାଇଁ SweepSAR ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବ । ଏହା ଏତେ ଶକ୍ତିଶାଳୀ ଯେ ପୃଥିବୀପୃଷ୍ଠର ସାମାନ୍ୟ ପରିବର୍ତ୍ତନକୁ ରେକର୍ଡ କରିବ ଯେପରିକି ଭୂମିରେ ସାମାନ୍ୟ ପରିବର୍ତ୍ତନ, ବରଫ ଚାଦର ଗତି । ନାସା କହିଛି ଯେ NISAR ସେଣ୍ଟିମିଟର ଭଳି ଛୋଟ ଗତିବିଧିକୁ ମଧ୍ୟ ମାପିପାରିବ ।

    Satellite NISAR

    Satellite NISAR (Image Credits: ISRO)

    କାହା ଉପରେ ନଜର ରଖିବ ନିସାର ?

    ଏହି ଉପଗ୍ରହଟି ସମଗ୍ର ବିଶ୍ବକୁ ସ୍କାନ କରିବ ଏବଂ 12 ଦିନ ବ୍ୟବଧାନରେ ସମସ୍ତ ପାଣିପାଗ, ଦିନ ଏବଂ ରାତିର ତଥ୍ୟ ପ୍ରଦାନ କରିବ । ଏହି ଉପଗ୍ରହଟି ମେଘମାଳା ଦ୍ବାରା ବାଧାପ୍ରାପ୍ତ ନ ହୋଇ ବିଭିନ୍ନ ପ୍ରକାରର ପ୍ରୟୋଗକୁ ସକ୍ଷମ କରିବ । ନିମ୍ନରେ ଦିଆଯାଇଥିବା ଗତିବିଧି ଉପରେ ନଜର ରଖିବ ନିସାର:

    • ସମୁଦ୍ର ବରଫ ବର୍ଗୀକରଣ
    • ଜାହାଜ ଚିହ୍ନଟ
    • କୂଳରେଖା ନିରୀକ୍ଷଣ
    • ଝଡ଼ର ନିରୀକ୍ଷଣ
    • ମାଟିର ଆର୍ଦ୍ରତାରେ ପରିବର୍ତ୍ତନ
    • ପୃଥିବୀପୃଷ୍ଠ ଜଳ ସମ୍ପଦର ମ୍ୟାପିଂ ଏବଂ ନିରୀକ୍ଷଣ

    ନିସାର ପଠାଉଥିବା ତଥ୍ୟ ଦ୍ବାରା ସାରା ବିଶ୍ବରେ ପ୍ରାକୃତିକ ସମ୍ପଦର ଉନ୍ନତ ପରିଚାଳନା ସହିତ ଭବିଷ୍ୟତରେ ହେବାକୁ ଥିବା ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଜଣାପଡ଼ିବ । ବୈଜ୍ଞାନିକମାନେ ନିସାର ଉପଗ୍ରହରୁ ପାଇଥିବା ତଥ୍ୟ ଦ୍ବାରା ଆଗୁଆ ଲୋକମାନଙ୍କୁ ସତର୍କ କରାଇପାରିବେ । ଏହି ତଥ୍ୟ ଦ୍ବାରା ପାଣିପାଗ ପରିବର୍ତ୍ତନର କାରଣ ଓ ଅନ୍ୟାନ୍ୟ ଜିନିଷକୁ ବୈଜ୍ଞାନିକମାନେ ଭଲ ଭାବେ ବୁଝିପାରିବେ । NISARରୁ ମିଳିଥିବା ତଥ୍ୟ ଭୂମିକମ୍ପ, ଆଗ୍ନେୟଗିରି ଏବଂ ଭୂସ୍ଖଳନ ଭଳି ଘଟଣା ବିଷୟରେ ବୈଜ୍ଞାନିକଙ୍କ ବୁଝାମଣାକୁ ମଧ୍ୟ ଉନ୍ନତ କରିବ ।

    Leave a Reply

    Your email address will not be published. Required fields are marked *