ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: ୪ ଅଭିଯୁକ୍ତଙ୍କୁ ଗିରଫ କୋର୍ଟ ଚାଲାଣ କଲା ଗୋଳନ୍ଥରା ପୋଲିସ

ବ୍ରହ୍ମପୁର : ଗୋଳନ୍ଥରା ଥାନା ଅର୍ନ୍ତଗତ ଭୈରବୀ ମନ୍ଦିର ରାସ୍ତାରେ ପି ଭାନୁ ମୁର୍ତ୍ତୀ ନାମକ ଜଣେ ଯୁବକଙ୍କୁ ଆତର୍କିତ ଭାବେ ଆକ୍ରମଣ କରି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। କିନ୍ତୁ ସେମାନଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ ଅଜିତ୍ କୁମାର କର, ପପୁ ପ୍ରଧାନ, ହେମନ୍ତ ଯେନା ଓ ଶଙ୍କର ଗୌଡ ବୋଲି ଜଣାପଡିଛି। ଗତକାଲି ସନ୍ଧ୍ୟାରେ ଉକ୍ତ ଯୁବକମାନେ ଭାନୁ ମୁର୍ତ୍ତୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଗୁରୁତର ଅବସ୍ଥାରେ ତାକୁ ଛାଡି ଚମ୍ପଟ୍ ମାରିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ।

Leave a Reply

Your email address will not be published. Required fields are marked *