ଦିଲ୍ଲୀ ଏମସରେ ବଳଙ୍ଗା ପିଡିତାଙ୍କ ବୟାନ ରେକର୍ଡ, ତଦନ୍ତ ଶେଷ ପର୍ଯ୍ୟାୟରେ

ଭୁବନେଶ୍ବର: ବଳଙ୍ଗା ପିଡିତାଙ୍କ ବୟାନ ରେକର୍ଡ କରାଯାଇଛି। ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ବୟାନ ରେକର୍ଚ କରିଛନ୍ତି ତଦନ୍ତ ଅଧିକାରୀ। ପିଡିତା ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବା ପରେ ଏହି ରେକର୍ଡ ପୋଲିସ କରିଛି। ଫଳରେ ପିଡିତା ଜଣଙ୍କ ସେମାନଙ୍କୁ କେଉଁମାନେ ପୋଡିବାକୁ ଉଦ୍ୟମ କରିଛନ୍ତି ତାହା ଗୋଟିଗୋଟି କରି କହିଛନ୍ତି। ଏହାଦ୍ବାରା ପୋଲିସକୁ ଏକ ବଡ ସୁରାକ ମିଳିଯାଇଛି।ଏ ନେଇ ପୁରୀ ଏସପି ପିନାକ ମିଶ୍ର କହିଛନ୍ତି ଯେ, ପିଡିତାଙ୍କ ବୟାନ ରେକର୍ଡ କରାଯାଇଛି। ସେହି ଅନୁସାରେ ତଦନ୍ତ ଚାଲିଛି। ଯେହେତୁ ପିଡିତା ବର୍ତ୍ତମାନ ଚିକିତ୍ସାଧିନ ରହିଛନ୍ତି ସେଥିପାଇଁ ଏହାର ତଦନ୍ତ ସାବଧାନର ସହିତ କରାଯାଉଛି। ବର୍ତ୍ତମାନ ଏହି ମାମଲାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଁଚିଛି

Leave a Reply

Your email address will not be published. Required fields are marked *