ବାଥରୁମରେ ପଡ଼ି ଆହତ ହେଲେ ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ, ଗୁରୁତର ଅବସ୍ଥାରେ ଦିଲ୍ଲୀ ହେଲେ ଏୟାରଲିଫ୍ଟ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ସରକାରଙ୍କ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଗୁରୁତର ଆହତ । ଗତକାଲି ରାତିରେ ବାସଭବନରେ ମନ୍ତ୍ରୀ ବାଥରୁମରେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ୍ ତାଙ୍କୁ ଯାଞ୍ଚ କରୁଛନ୍ତି ।ଖବର ମୁତାବକ, ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଘୋଡାବାନ୍ଦା ସ୍ଥିତ ବାସଭବନରେ ପଡ଼ିଯାଇଥିଲେ । ମନ୍ତ୍ରୀ ରାମଦାସ ସୋରେନ ଜାମଶେଦପୁର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମନ୍ତ୍ରୀଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଡାକ୍ତର ଜାଣିବାକୁ ପାଇଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ ପାଇଁ ଏୟାରଲିଫ୍ଟ କରାଯାଇଛି । ଏୟାର ଆମ୍ବୁଲାନ୍ସ ଜରିଆରେ ସୋନାରୀ ଏୟାରପୋର୍ଟରୁ ଦିଲ୍ଲୀକୁ ନିଆଯାଇଛି । ମନ୍ତ୍ରୀଙ୍କ ସହିତ ରାମଦାସ ସୋରେନଙ୍କ ପତ୍ନୀ, ପୁଅ ଏବଂ ସଂପର୍କୀୟ ମଧ୍ୟ ଦିଲ୍ଲୀ ଯାଇଛନ୍ତି ।ତେବେ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି ଡାକ୍ତରୀ ଟିମ୍ । ମୁଣ୍ଡରେ ଆଘାତ ଲାଗିବା ପରେ ମନ୍ତ୍ରୀମଣ୍ଡଳର ଅନ୍ୟ ମନ୍ତ୍ରୀ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ତାଙ୍କ ଶୀଘ୍ର ସୁସ୍ଥ କାମନା ପାଇଁ ପ୍ରାର୍ଥନା କରିଛନ୍ତି ଇରଫାନ ଅନସାରୀ ।

Leave a Reply

Your email address will not be published. Required fields are marked *