ଭଞ୍ଜନଗର: ସତ୍ୟସାଇ ବିଦ୍ୟାବିହାର ରେ ଦୁଇ ଦିନିଆ ଜିଲ୍ଲ। ସ୍ତରୀୟ ଗୁରୁ ତାଲିମ ଶିବିର

ଭଂଜନଗର– ୦୩/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) : ଭଂଜନଗର ସତ୍ୟସାଇ ବିଦ୍ୟାବିହାର ଠାରେ ଶନିବାର ଓ ରବିବାର ଦୁଇଦିନ ଧରି ଜିଲା ସ୍ତରୀୟ ବାଳବିକାଶ ଗୁରୁ ତାଲିମ ଶିବିର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଂଜନଗର ସମେତ ଆସ୍କା, ବୁଗୁଡା, ବେଲଗୁଣ୍ଠା, ପୋଲସରା ସତ୍ୟସାଇ ସମିତି ଓ ଭଜନ ମଣ୍ଡଳୀର ଅନେକ ଗୁରୁ ଓ ଗୁରୁମା ଏଥିରେ ଅଂଶ ଗ୍ରହଣ କରିଥିଲେ । ଜିଲା ସଭାପତି ଦେବାଶିଷ ମିଶ୍ର, ଜିଲା ଶିକ୍ଷା ସଂଯୋଜିକା ବୈଜୟନ୍ତିମାଳା ସୁବୁଦ୍ଧି, ପ୍ରଶାନ୍ତ ପ୍ରଧାନ , ଆରତୀ ସୁବୁଦ୍ଧି, ଅମୀୟ ରଞ୍ଜନ, ପବିତ୍ରା ରାଉତ, ମାନସୀ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରି ବେଦଗାନ, ଭଜନ, କୁଇଜ, ଖେଳ ସହିତ ଛାତ୍ରଛାତ୍ରୀ ଙ୍କ ବୌଦ୍ଧିକ ଜ୍ଞାନ ଅଭିବୃଦ୍ଧି କରିବା ର ବିଭିନ୍ନ ପ୍ରଣାଳୀ ବିଷୟ ରେ ଉପସ୍ଥିତ ଗୁରୁ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *