ସ୍କୁଲ ପରିଦର୍ଶନ କରି ପିଲାମାନଙ୍କୁ ପାଠ ପଢ଼ାଇଲେ ବିଧାୟକ

ସାଲେପୁର: ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ବିଧାୟକ । ଗୁଣନର ଧାରା ବୁଝାଇ ଦେଲେ ପିଲାମାନଙ୍କୁ । ବ୍ଲାକ ବୋର୍ଡରେ ଛାତ୍ରୀ ଜଣକ ଗୁଣନ କରୁଥିବା ମଧ୍ୟ ନଜିର ରହିଛି । ତେବେ ନିଜ ନିର୍ବାଚନମଣ୍ଡଳୀରେ ଉନ୍ନତିମୂଳକ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ ବିଧାୟକ । ହଠାତ୍ ବିଦ୍ୟାଳୟ ପରିଦର୍ଶନ କଲେ ସ୍ତାନୀୟ ବିଧାୟକ । ଖାଲି ପରିଦର୍ଶନ କରିନାହାନ୍ତି ବିଦ୍ୟାଳୟରେ ପାଠ ପଢ଼ାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।ବିଧାୟକ ପ୍ରଶାନ୍ତ କୁମାର ବେହେରା ନିଜ ନିର୍ବାଚନ ମଣ୍ଡଳୀର ରାଇସୁଙ୍ଗୁଡ଼ା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ଧୁଆଁସାହି ଗ୍ରାମରେ ଥିବା ଧୁଆଁସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଦର୍ଶନ କରିଥିଲେ । ଏହାସହ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ,ବସ୍ତ୍ର ,ପଠା ପଢ଼ିବା ବହି ଏବଂ ଶିକ୍ଷା ବ୍ୟବସ୍ଥା କିପରି ରହିଛି ସେ ସଂପର୍କରେ ଜାଣିବା ପାଇଁ ଶ୍ରେଣୀ ଗୃହକୁ ଯାଇ ପିଲା ମାନଙ୍କୁ ପାଠ ପଢ଼ାଇଥିଲେ । ପ୍ରଥମେ ପିଲାମାନଙ୍କୁ ସାଧାରଣ ଜ୍ଞାନ ପଚାରି ପରୀକ୍ଷା କରିଥିଲେ । ସନ୍ତୋଷ ଜନକ ଉତ୍ତର ନମିଳିବାରୁ ପିଲା ମାନଙ୍କ ପାଠ ପଢା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଧାୟକ ପ୍ରଶାନ୍ତ କୁମାର ବେହେରାଙ୍କ ଏଭଳି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।