କିପରି କାର୍ଯ୍ୟକ୍ଷମ ହେଉଛି ଅଗ୍ନିଶମ ସେବା ? ଅତ୍ୟାଧୁନିକ ମେସିନ ଯାଞ୍ଚ କଲେ ବିଧାନସଭା ଷ୍ଟାଣ୍ଡି କମିଟି

ଭୁବନେଶ୍ୱର: ରାଜ୍ୟରେ କିଭଳି ଚାଲୁ ରହିଛି ଅଗ୍ନିଶମ ସେବା ? ଲୋକଙ୍କୁ ବିପତ୍ତି ସମୟରେ କିଭଳି ଦିଆଯାଉଛି ସେବା । ଅତ୍ୟାଧୁନିକ ମେସିନର ସଠିକ ବ୍ୟବହାର ହେଉଛି ତ ? ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେଉଁ କେଉଁ ଦିଗରେ ଆଗକୁ ଯାଉଛି ଗୁରୁତ୍ୱ । କେଉଁ ସବୁ ଯନ୍ତ୍ରାଂଶ ଉପଯୋଗୀ ହେଉଛି ଏବଂ ଏହାର ଫାଇଦା କେଉଁ ବର୍ଗ ପାଇଁ ଉପଲବ୍ଧ ହେଉଛି । ଗୃହ ବିଭାଗର ବିଧାନସଭା ଷ୍ଟାଣ୍ଡିଂ କମିଟି ଅଗ୍ନିଶମ କେନ୍ଦ୍ରରେ ପହଞ୍ଚି ଏସବୁ ଯାଂଚ କରିଛନ୍ତି ।ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ବରେ ବିଧାୟକମାନଙ୍କ ଏକ ଟିମ୍ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଫାୟାର ଟ୍ରେନିଂ କେନ୍ଦ୍ର ପରିଦର୍ଶନ କରିଛନ୍ତି । ବିଧାୟକ ଟିମରେ ସାମିଲ ଥିଲେ ଇରାଶିଷ ଆଚାର୍ଯ୍ୟ, ଟଙ୍କଧର ତ୍ରିପାଠୀ, ଅଶ୍ୱିନୀ ପାତ୍ର, ଆଶ୍ରିତ ପଟ୍ଟନାୟକ । ଟ୍ରେନିଂ କ୍ୟାମ୍ପ ପରିସରରେ ହୋଇଥିବା ମକଡ୍ରିଲରେ ରାଜ୍ୟର ଅଗ୍ନିସେବା କ୍ଷେତ୍ରରେ ନିୟୋଜିତ ପ୍ରତିଟି ମେସିନ ଓ ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର ଦେଖିଥିଲେ ।

ରୋବୋଟିକ ଫାୟାର ଫାଇଟର-ସବୁଠୁ ଆଶ୍ଚର୍ଯ୍ୟ ଓ ଚକିତ କରିଥିଲା ରୋବୋଟିକ ଫାୟାର ଫାଇଟର । ଅତ୍ୟଧିକ ଅଗ୍ନିକାଣ୍ଡର ମାତ୍ରା ଥିବା ସ୍ଥାନକୁ ଯିବା ସମ୍ଭବ ହୋଇନଥାଏ କିନ୍ତୁ ସେଠାକୁ ଯାଇ ନିଆଁ ଲିଭାଇ ପାରିବ ରୋବୋଟିକ ଫାୟାର ଫାଇଟର । କୌଣସି ବ୍ଲାଷ୍ଟ ବା ବିସ୍ଫୋରଣ ସ୍ଥଳ କି ପେଟ୍ରୋଲ ଟାଙ୍କିରେ ନିଅଁ ଲାଗି ଗଲେ ରୋବୋଟିକ ଫାୟାର ଫାଇଟର ଜରିଆରେ ନିଆଁ ଲିଭି ଯାଇପାରିବ । ଓଡ଼ିଶା ଅଗ୍ନିଶମ ବିଭାଗ ସେଭଳି ରୋବଟ ଫାୟାର ଫାଇଟର ଆପଣାଇଛି ।ଓ୍ବାଟର ମିଷ୍ଟ ପ୍ରଣାଳି-ପେଟ୍ରୋଲ ପମ୍ପରେ ନିଆଁ ଲାଗିବା ପରେ କେମିକାଲ ନିଆଁକୁ ପ୍ରତିହତ କଲାଭଳି ଓ୍ବାଟର ମିଷ୍ଟ ପ୍ରଣାଳି ବ୍ୟବହାର କରାଯାଏ । ଆଜିକାଲି ଗ୍ୟାସ ଦୁର୍ଘଟଣା ବା କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଗଲେ ଏହାର ବ୍ୟବହାର କରାଯାଉଛି ।

ଅଟୋମେଟେଡ ଏକ୍ସଟରନାଲ ଡେଫ୍ରିବିଲେଟର-ଅଧିକାଶ ସମୟରେ ଦୁର୍ଘଟଣା କ୍ଷେତ୍ର ହେଉ ବା ନିଆଁଲିଭା ସ୍ଥାନ ବା ପାଣିରେ ବୁଡି ଯାଇଥିବା ସମୟରେ ଉଦ୍ଧାର କାର୍ଯ୍ୟ, ଏଭଳି ସ୍ଥାନରେ ଅକ୍ସିଜେନ ସପୋର୍ଟ ଦେଇ ଇଲେକ୍ଟ୍ରି ଡେଫାବ୍ରିଲେଟର ଜରିଆରେ ଉଦ୍ଧାର କରଯାଇ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ପଠାଯିବା ବ୍ୟବସ୍ଥା ଆପଣା ଯାଉଛି । ବିଶେଷ କରି ରଥଯାତ୍ରାରେ ବା କୌଣସି ଅଧିକ ମାତ୍ରାରେ ଗହଳ ସମୟରେ ବ୍ୟବହାର ଏହାର ବ୍ୟବହାର ହୋଇଥାଏ ।ଫାୟାର ଫାଇଟ ସୁଟ୍-ଯେଉଁଠି ବି ନିଆଁ ଲାଗିଲେ ଯେତେ ତାପମାତ୍ରାରେ ରହିଥିଲେ ମଧ୍ୟ ତା ଭିତରେ ପଶି ଲୋକଙ୍କୁ ଉଦ୍ଧାର ପାଇଁ ଅତ୍ୟାଧୁନିକ ଫାୟାର ଫାଇଟ ସୁଟ ବ୍ୟବହାର ହୋଇଥାଏ । ଚାଳଘର ଅଗ୍ନିକାଣ୍ଡ ଘଟିଲେ ତା ଭିତରେ ପଶି ଉଦ୍ଧାର ପାଇଁ ଏହାକୁ ମଧ୍ୟ ବ୍ୟବହାର ହୋଇଥାଏ ।

ଉଚ୍ଚରେ ଫସିଥିବା ଲୋକଙ୍କୁ ଉଦ୍ଧାର-ମେସିନ ସାହାଯ୍ୟରେ ବିଲ୍ଡିଂ ଉପରେ ଫସିଥବା ଲୋକଙ୍କୁ ଉଦ୍ଧାର କରାଯାଏ । ନିଆଁ ଲାଗିଥିବା ଉଚ୍ଚ କୋଠାକୁ ଯାଇ ମଧ୍ୟ ନିଆଁ ଲିଭା ଯାଇଥାଏ । ଆସେଣ୍ଡର ଡିସେଣ୍ଡର ଗାଡି ବା ଅତ୍ୟାଧୁନିକ ବ୍ରୁଣ୍ଟୋ ସ୍କାଏ ଗାଡି ଜରିଆରେ ବଡ ବଡ ବିଲ୍ଡିଂକୁ ନିଆଁ ଲିଭାଯାଏ ।

ହାଇଡ୍ରୋଲିକ କଟର, ପ୍ଲାଜମା କଟର-ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ତଥା ଗାଡି ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅଗ୍ନି ଯୋଦ୍ଧାମାନେ କଟର ହାଣ୍ଡଲର ରେସ୍କ୍ୟୁ ଟୁଲ ବ୍ୟବହାର କରିଥାନ୍ତି । ବଡ ବଡ ଲୁହାକୁ କାଟି ଲୋକଙ୍କୁ ଉଦ୍ଧାର କରିବା ପାଇଁ ମଧ୍ୟ ଟେକ୍ନୋଲୋଜି ଆପଣାଯାଇଛି । ପ୍ଲାଜମା କଟର ବଡ ବଡ ଲୁହାକୁ କମ୍ ସମୟ ମଧ୍ୟରେ କାଟି ପାରିବ । ବାହାନଗା ଟ୍ରେନ ଦୁର୍ଘଟଣା ସମୟରେ ବ୍ୟବହାର ହୋଇଥିଲା

ଅତ୍ୟାଧୁନିକ ବୋଟ୍-ବୋଟ ଓ ମୋଟର ଲଗାଇ ଲୋକଙ୍କୁ ରେସ୍କ୍ୟୁ କରିବା ପାଇଁ ପ୍ରତିଟି ଫାୟାର ଷ୍ଟେସନରେ ରଖାଯାଇଛି ଏହି ସବୁ ଇକ୍ୟୁପମେଣ୍ଟ ବା ଅତ୍ୟାଧୁନିକ ବୋଟ୍ ।Mobile Control Vehicle ଛୋଟ ନିଆଁ ଲିଭା ବାଇକ-ଏଣିକି ସହର ଭଳି ଗାଁରେ ନିଆଁ ଲାଗିଲେ ନିଆଁ ଲିଭା ଗାଡ଼ିଟି ପଶିବା ମୁସ୍କିଲ ହୋଇଥାଏ । ଏହି ସମୟରେ ତୁରନ୍ତ ନିଆଁ ଲିଭାଇବା ପାଇଁ ଛୋଟ ନିଆଁ ଲିଭା ବାଇକ ସେଠାରେ ପହଂଚି ପାରିବ । ଏହା ଦ୍ବରା କମ୍ ସମୟ ମଧ୍ୟରେ ଅଣଓସାରିଆ ରାସ୍ତା ବା ଗଳିରେ ମଧ୍ୟ ହିଁ ରେସ୍କୁ ଓ ନିଆଁ ଲିଭା ସମ୍ଭବ ହେଉଛି ।

K-9 Squad ଧ୍ୟାନ ଆକର୍ଷଣ କରିଥିଲା K9 ଡି-ସ୍କ୍ୱାର୍ଡ-ରାଜ୍ୟ ଅଗ୍ନିଶମ ସେବା ପକ୍ଷରୁ ଦୁଇଟି କୁକୁରଙ୍କୁ ଅଣାଯାଇଛି । ଟିପୁ ଆଉ ଆନ୍ସି । ଦୁଇଟି ଭିନ୍ନ ଭିନ୍ନ ବ୍ରିଡର କୁକୁର ନିଆଁ ଲିଭା ସମୟରେ ନିୟୋଜିତ ହେଉଛନ୍ତି । ବିଶେଷ କରି ନିଆଁ ଲାଗିବା ସମୟରେ ଅବା ଲୋକେ ଫସିରହିଥିଲେ, ସେମାନଙ୍କୁ ଖୋଜିବା ପାଇଁ ଦୁଇଟି ବ୍ରିଡର କୁକୁର ବିଶେଷ ଭୂମିକା ନିର୍ବାହ କରୁଛନ୍ତି ।