
ନୂଆଦିଲ୍ଲୀ: NDA ପ୍ରାର୍ଥୀ ସିପି ରାଧାକୃଷ୍ଣନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ପ୍ରସ୍ତାବକ ହୋଇଛନ୍ତି। ରାଧାକୃଷ୍ଣନଙ୍କ ସହିତ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂ ଏବଂ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ, ବହୁ ସାଂସଦ ନାମାଙ୍କନ ପତ୍ର ଦାଖଲ କରିବାକୁ ପହଞ୍ଚିଥିଲେ।
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ-ଆଜି ନାମାଙ୍କନ ଦାଖଲ କରିଛନ୍ତି ରାଧାକ୍ରିଷ୍ଣନ । ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମାଙ୍କନ ବେଳେ ମୁଖ୍ୟ ପ୍ରସ୍ତାବକ ଭାବେ ଉପସ୍ଥିତ ଥିଲେ । NDA ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ସିପି ରାଧାକ୍ରିଷ୍ଣନ୍ । ସେପ୍ଟେମ୍ବର 9 ତାରିଖରେ ନିର୍ବାଚନ । ସେପଟେ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ଇଣ୍ଡିମେଣ୍ଟ ।
ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ପ୍ରାର୍ଥୀ ସିପି ରାଧାକୃଷ୍ଣନ ଆଜି ବୁଧବାର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥଛନ୍ତି । ସିପି ରାଧାକ୍ରିଷ୍ଣନଙ୍କ ନାମାଙ୍କନ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ଅନେକ ବରିଷ୍ଠ NDA ନେତା ଏବଂ ଅନ୍ୟାନ୍ୟ ସାଂସଦ ଉପସ୍ଥିତ ଥିଲେ ।ପ୍ରଥମ ସେଟ୍ ନାମାଙ୍କନ ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ପ୍ରସ୍ତାବକ ଥିଲେ । ନାମାଙ୍କନ ପତ୍ର 4 ସେଟ ଦାଖଲ କରାଯାଇଥିଲା । ପ୍ରତ୍ୟେକ ସେଟ୍ରେ 20 ଜଣ ପ୍ରସ୍ତାବକ ଏବଂ 20 ଜଣ ସମର୍ଥକଙ୍କ ଦସ୍ତଖତ ଥିଲା । ପ୍ରଥମ ସେଟରେ ମୁଖ୍ୟ ପ୍ରସ୍ତାବକ ଭାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାକ୍ଷର ରହିବ, ଯେତେବେଳେ ବାକି ସେଟରେ କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ଏନଡିଏ ନେତାଙ୍କ ସ୍ୱାକ୍ଷର ରହିବ । ସିପି ରାଧାକ୍ରିଷ୍ଣନଙ୍କର ଇଣ୍ଡିଆ ବ୍ଲକର ଜଷ୍ଟିସ୍ ବି ସୁଦର୍ଶନ ରେଡ୍ଡୀଙ୍କ ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେବ । ସଂସଦ ଭବନରେ ନାମାଙ୍କନ ପତ୍ର ଦାଖଲ ସମୟରେ ମନ୍ତ୍ରୀ ଏବଂ ସାଂସଦଙ୍କ ସମେତ ଏନଡିଏର ପ୍ରାୟ 160 ସଦସ୍ୟ ଉପସ୍ଥିତ ଥିଲେ ।