
ଖଲ୍ଲିକୋଟ ୨୦/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା କୁ ଏକ ସଫଳତା ମିଳିଛି । ବେଗୁନିଆ ପଡ଼ା ବ୍ଲକ୍ ରୋଡ ରେ ଖଲ୍ଲିକୋଟ ଅବକାରୀ ବିଭାଗ କର୍ମଚାରୀ ପେଟ୍ରୋଲିଂ କରୁଥିବା ବେଲେ ଗୋଟିଏ ବ୍ୟକ୍ତି ଏକ ବ୍ୟାଗ୍ ଧରି ଯାଉଥିବା ଦେଖିବାକୁ ମିଳିଥିଲା ଓ ସନ୍ଦେହ ହେବାରୁ ଖଲ୍ଲିକୋଟ ଅବକାରୀ ବିଭାଗ ଓଆଇସି ତେଜ୍ବଶିନି ପ୍ରଧାନ ଙ୍କ ନିର୍ଦ୍ଧେଶ କ୍ରମେ ବିଭାଗୀୟ କର୍ମଚାରୀ ସେଇ ବ୍ୟକ୍ତିଙ୍କୁ କାବୁ କରିଥିଲେ ଓ ସେଇ ବ୍ୟାଗ୍ ଟିକୁ ଯାଞ୍ଚ୍ କଲାବେଳେ ୪୫୦ ଗ୍ରାମ ଅଫିମ ମିଳିଥିଲା ଯାହାର ଆନୁମାନିକ ମୂଲ୍ୟ ୪୫ ହାଜର ଟଙ୍କା ହେବ ବୋଲି ସୂଚନା ମିଳିଛି । ଯାହା ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି ସେଇ ବ୍ୟକ୍ତି ଜଣକ ବେଗୁନିଆ ପଡ଼ା ସାନ ସାହିର ବି. ଲିଙ୍ଗରାଜ ପାତ୍ର ଓ ସେ ଏହି ବ୍ୟବସାୟ ୨୦ ବର୍ଷ ହେଲା କରିଆସୁଛନ୍ତି । ବର୍ତମାନ ଖଲ୍ଲିକୋଟ ଅବକାରୀ ବିଭାଗ ସେଇ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।