
ନୂଆଦିଲ୍ଲୀ: ବିଗତ ୧୧ ବର୍ଷ ମଧ୍ୟରେ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଆମ ଜୀବନରେ ବଡ଼ ପରିବର୍ତ୍ତନ ଆଣିଛି। ଡିଜିଟାଲ ଇଣ୍ଡିଆ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ୟୁପିଆଇ ପେମେଣ୍ଟ ସିଷ୍ଟମ, ଫାଇଭ୍-ଜି ସଂଯୋଗ ଏବଂ ସେମିକଣ୍ଡକ୍ଟର ଇକୋସିଷ୍ଟମ ଆମ ଦେଶକୁ ଏକ ନୂଆ ପରିଚୟ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଦ୍ୱାରା ନାଗରିକଙ୍କୁ ଅପାର ଲାଭ ମିଳିଛି। ଏଥିସହିତ ନୂତନ ବିପଦ ମଧ୍ୟ ଉଭା ହୋଇଛି, ବିଶେଷ କରି ଡିଜିଟାଲ କ୍ଷେତ୍ରରେ।
ସେଥିପାଇଁ ପ୍ରଯୁକ୍ତିବିଦ୍ୟାର ଦୁରୂପଯୋଗ କାରଣରୁ ହେଉଥିବା ସମ୍ଭାବ୍ୟ କ୍ଷତିଠାରୁ ସମାଜକୁ ସୁରକ୍ଷିତ ରଖିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହି ବିଚାରକୁ ନେଇ ସରକାର ଅନଲାଇନ ଗେମିଂ ପ୍ରୋତ୍ସାହନ ଏବଂ ନିୟାମକ ବିଲ, ୨୦୨୫ ଆଗତ କରିଛନ୍ତି।
ଏହି ବିଲ୍ ଇ-ସ୍ପୋର୍ଟସ୍ ଏବଂ ଅନଲାଇନ୍ ସୋସିଆଲ ଗେମ୍ସକୁ ପ୍ରୋତ୍ସାହିତ କରିଥାଏ, କିନ୍ତୁ ହାନିକାରକ ଅନଲାଇନ୍ ମନି ଗେମିଂ ସେବା, ବିଜ୍ଞାପନ ଏବଂ ଏହା ସହ ଜଡ଼ିତ ଆର୍ଥିକ ନେଣଦେଣ ଉପରେ ପ୍ରତିବନ୍ଧକ ଲାଗୁ କରିଥାଏ। ବିଲ୍ରେ ସବୁ ଅନଲାଇନ୍ ସଟ୍ଟାବାଜୀ ଏବଂ ଜୁଆ ଆଧାରିତ କାର୍ଯ୍ୟକଳାପକୁ ମଧ୍ୟ ବେଆଇନ ଘୋଷଣା କରାଯାଇଛି। ଏଥିରେ ଅନଲାଇନ୍ ଫାଣ୍ଟାସି ଖେଳ ଠାରୁ ଆରମ୍ଭ କରି ଅନଲାଇନ୍ ଜୁଆ କାରବାର (ଯଥା ପୋକର୍, ରମ୍ମି ଏବଂ ଅନ୍ୟ କାର୍ଡ ଗେମ୍) ଏବଂ ଅନଲାଇନ୍ ଲଟେରୀ ପର୍ଯ୍ୟନ୍ତ ସାମିଲ ରହିଛି । ଏହା ଆମର ଯୁବବର୍ଗଙ୍କୁ ଶିକାରୀ ଅନଲାଇନ୍ ରିୟଲ୍ ମନି ଗେମିଂ ଆପ୍ ଗୁଡ଼ିକ ଠାରୁ ସୁରକ୍ଷା ଦେବ। ଏହି ଆପ୍ ଗୁଡ଼ିକ ଯୁବବର୍ଗଙ୍କୁ ଭ୍ରମାତ୍ମକ ‘ଆର୍ଥିକ ଲାଭ ପ୍ରତିଶ୍ରୁତି’ ମାଧ୍ୟମରେ ବାଧ୍ୟତାମୂଳକ ଏବଂ ନିଶା ଲାଗି ଯାଉଥିବା ଖେଳରେ ସାମିଲ କରିଥା’ନ୍ତି, ଯାହାଫଳରେ ସାରା ପରିବାର ଆର୍ଥିକ ସଂକଟରେ ପଡ଼ିଯାଇଥାଏ।
ଅଧିକନ୍ତୁ, ଭାରତୀୟ ନ୍ୟାୟ ସଂହିତା ୨୦୨୩ ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଆଇନ ଭଳି ଭୌତିକ ଦୁନିଆ ପାଇଁ ରହିଥିବା ବର୍ତ୍ତମାନର ଆଇନରେ ସଟ୍ଟା ଏବଂ ଜୁଆ କାରବାର ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି ଏବଂ ଏହାକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯାଉଛି। ତେଣୁ ଭୌତିକ ଦୁନିଆ ଅନୁରୂପ ଡିଜିଟାଲ ଡୋମେନ୍ ପାଇଁ ଏକ ଜାତୀୟ ଆଇନ ଆଣିବା ଲାଗି ନୂଆ ବିଲ୍ରେ ପ୍ରସ୍ତାବ ରହିଛି ।
ଇ-ସ୍ପୋର୍ଟସ୍କୁ ପ୍ରୋତ୍ସାହନ ଦେବା ଲାଗି ଯୁବବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଏକ ସମର୍ପିତ ରୂପରେଖ ପ୍ରସ୍ତୁତ କରିବ। ଅନଲାଇନ୍ ସୋସିଆଲ ଗେମ୍ସ ନିମନ୍ତେ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶିକ୍ଷା ଓ ସାଂସ୍କୃତିକ ମୂଲ୍ୟବୋଧ, ଦକ୍ଷତା ବିକାଶ ଏବଂ ସାମାଜିକ ସମ୍ପର୍କକୁ ପ୍ରୋତ୍ସାହନ ଦେଉଥିବା ଅନଲାଇନ୍ ଗେମ୍ ଗୁଡ଼ିକୁ ସମର୍ଥନ ଯୋଗାଇ ଦେବ।
ତେଣୁ ଏହି ବିଲ୍ ର ଉଦ୍ଦେଶ୍ୟ ହେଉଛି ପ୍ରଯୁକ୍ତିବିଦ୍ୟାର ସକାରାତ୍ମକ ଦିଗକୁ ପ୍ରୋତ୍ସାହିତ କରିବା ସହିତ ସମାଜକୁ ଅନଲାଇନ୍ ମନି ଗେମ୍ସର ପ୍ରତିକୂଳ ପ୍ରଭାବରୁ ସୁରକ୍ଷା ଦେବା।
୧. ଇ–ସ୍ପୋର୍ଟସର ପ୍ରୋତ୍ସାହନ ଏବଂ ସ୍ୱୀକୃତିଭାରତରେ ପ୍ରତିଯୋଗିତାମୂଳକ କ୍ରୀଡ଼ାର ଏକ ବୈଧ ରୂପ ଭାବରେ ଇ-ସ୍ପୋର୍ଟସକୁ ସ୍ୱୀକୃତି।ଇ-ସ୍ପୋର୍ଟସ କାର୍ଯ୍ୟକ୍ରମ ପରିଚାଳନା ପାଇଁ କ୍ରୀଡା ମନ୍ତ୍ରଣାଳୟ ମାର୍ଗଦର୍ଶିକା ଏବଂ ମାନଦଣ୍ଡ ପ୍ରସ୍ତୁତ କରିବ।ଇ-ସ୍ପୋର୍ଟସ ଉନ୍ନତି ପାଇଁ ତାଲିମ ଏକାଡେମୀ, ଗବେଷଣା କେନ୍ଦ୍ର ଏବଂ ପ୍ରଯୁକ୍ତିବିଦ୍ୟା ପ୍ଲାଟଫର୍ମ ପ୍ରତିଷ୍ଠା।ପ୍ରୋତ୍ସାହନ ଯୋଜନା, ସଚେତନତା ଅଭିଯାନ ଏବଂ ବ୍ୟାପକ କ୍ରୀଡ଼ା ନୀତି ପଦକ୍ଷେପରେ ଇ-ସ୍ପୋର୍ଟସ ସମନ୍ୱୟ।
୨. ସାମାଜିକ ଓ ଶିକ୍ଷା ଗେମ୍ ଗୁଡ଼ିକର ପ୍ରୋତ୍ସାହନକେନ୍ଦ୍ର ସରକାରଙ୍କୁ ଅନଲାଇନ୍ ସାମାଜିକ ଖେଳ ବା ସୋସିଆଲ୍ ଗେମ୍ ଗୁଡ଼ିକୁ ଚିହ୍ନଟ, ବର୍ଗୀକରଣ ଏବଂ ପଞ୍ଜିକରଣ କରିବାକୁ କ୍ଷମତା ଦିଆଯାଇଛି।ନିରାପଦ, ବୟସ-ଉପଯୁକ୍ତ ସାମାଜିକ ଏବଂ ଶିକ୍ଷାଭିତ୍ତିକ ଅନଲାଇନ୍ ଗେମ୍ ବିକାଶ ଏବଂ ବିତରଣ ପାଇଁ ପ୍ଲାଟଫର୍ମର ସୁବିଧା
୩. ବିପଜ୍ଜନକ ଅନଲାଇନ୍ ମନି ଗେମ୍ସ ଉପରେ ପ୍ରତିବନ୍ଧକଦକ୍ଷତା କିମ୍ବା ସୁଯୋଗ ଅଥବା ଉଭୟ ଉପରେ ଆଧାରିତ ହୋଇଥାଉ ପଛେ ଅନଲାଇନ ମନି ଗେମ୍ସ ବା ଟଙ୍କା କାରବାର ହେଉଥିବା ଖେଳର ପ୍ରସ୍ତାବ, ପରିଚାଳନା ଏବଂ ସୁବିଧା ପ୍ରଦାନ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ ହେବ।ସବୁ ପ୍ରକାରର ଗଣମାଧ୍ୟମରେ ଅନଲାଇନ୍ ମନି ଗେମ୍ ର ବିଜ୍ଞାପନ ଓ ପ୍ରୋତ୍ସାହନ ନିଷେଧଅନଲାଇନ୍ ମନି ଗେମ୍ ସହ ଜଡିତ ଆର୍ଥିକ କାରବାର ନିଷିଦ୍ଧ ହେବ; ବ୍ୟାଙ୍କ ଏବଂ ପେମେଣ୍ଟ ସିଷ୍ଟମଗୁଡ଼ିକୁ ଏପରି ପେମେଣ୍ଟ ପ୍ରକ୍ରିୟାକରଣ କରିବା ଉପରେ କଟକଣାସୂଚନା ପ୍ରଯୁକ୍ତି ଆଇନ, ୨୦୦୦ ଅନୁଯାୟୀ ବେଆଇନ ଗେମିଂ ପ୍ଲାଟଫର୍ମଗୁଡ଼ିକୁ ଆକ୍ସେସ୍ ବା ଉପଲବ୍ଧତାକୁ ବନ୍ଦ କରିବା ପାଇଁ କ୍ଷମତା।
୪. ଏକ ଅନଲାଇନ୍ ଗେମିଂ ପ୍ରାଧିକରଣ ପ୍ରତିଷ୍ଠାକେନ୍ଦ୍ର ସରକାର ଜାତୀୟ ସ୍ତରୀୟ ପ୍ରାଧିକରଣ ପ୍ରତିଷ୍ଠା କରିବେ କିମ୍ବା ଯେକୌଣସି ବିଦ୍ୟମାନ ପ୍ରାଧିକରଣ କିମ୍ବା ଏକାଧିକ ପ୍ରାଧିକରଣ କିମ୍ବା କୌଣସି ସଂସ୍ଥାକୁ ତଦାରଖ ପାଇଁ ନିଯୁକ୍ତ କରିବେ।ପରିଚାଳନାରେ ସାମିଲ ରହିବ:ଅନଲାଇନ୍ ଗେମର ବର୍ଗୀକରଣ ଏବଂ ପଞ୍ଜୀକରଣ।କୌଣସି ଗେମ୍ ଅର୍ଥ ଆଧାରିତ ଗେମ୍ ପାଇଁ ଯୋଗ୍ୟ କି ନୁହେଁ ନିର୍ଦ୍ଧାରଣ କରିବା।ଅନଲାଇନ୍ ଗେମ୍ ସଂକ୍ରାନ୍ତ ଆପତ୍ତି ଓ ଅଭିଯୋଗର ସମାଧାନ କରିବାଅନୁପାଳନ ସୁନିଶ୍ଚିତ କରିବା ଲାଗି ପ୍ରାଧିକରଣ ଦ୍ୱାରା ମାର୍ଗଦର୍ଶିକା, ଆଦେଶ ଏବଂ ଅଭ୍ୟାସ ସଂହିତା ସୁନିଶ୍ଚିତ କରାଯିବ
୫. ଅପରାଧ ଏବଂ ଦଣ୍ଡଅନଲାଇନ୍ ମନି ଗେମିଂର ପ୍ରସ୍ତାବ କିମ୍ବା ସୁବିଧା ପ୍ରଦାନ କରିବା: ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ/କିମ୍ବା ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନାମନି ଗେମ୍ ଗୁଡ଼ିକର ବିଜ୍ଞାପନ: ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ/କିମ୍ବା ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାମନି ଗେମ୍ ସଂକ୍ରାନ୍ତ ଆର୍ଥିକ କାରବାର: ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ/କିମ୍ବା ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନାଅପରାଧର ପୁନରାବୃତ୍ତି କ୍ଷେତ୍ରରେ ଅଧିକ ଦଣ୍ଡବିଧାନ, ଯେଉଁଥିରେ ୩-୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛିପ୍ରମୁଖ ଧାରା ଅଧୀନରେ ଅପରାଧକୁ ଧର୍ତ୍ତବ୍ୟ ଏବଂ ଜାମିନ ବିହୀନ ବୋଲି ଧରାଯିବ।
୬. କର୍ପୋରେଟ୍ ଏବଂ ସଂସ୍ଥାଗତ ଦାୟିତ୍ୱଉପଯୁକ୍ତ ସତର୍କତା ଅବଲମ୍ବନ କରାଯାଇଥିବା ପ୍ରମାଣିତ ନହେବା ପର୍ଯ୍ୟନ୍ତ କମ୍ପାନୀ ଏବଂ ଏହାର ଅଧିକାରୀମାନଙ୍କୁ ଆଇନ ଅଧୀନରେ ଅପରାଧ ଲାଗି ଉତ୍ତରଦାୟୀ କରାଯିବ।ନିଷ୍ପତ୍ତି ଗ୍ରହଣରେ ଜଡିତ ନଥିବା ସ୍ୱାଧୀନ ନିର୍ଦ୍ଦେଶକ କିମ୍ବା ଅଣ-କାର୍ଯ୍ୟକାରୀ ନିର୍ଦ୍ଦେଶକମାନେ ସୁରକ୍ଷିତ।
ତଦନ୍ତ ଓ ପ୍ରବର୍ତ୍ତନର କ୍ଷମତାକେନ୍ଦ୍ର ସରକାର ଅପରାଧ ସହିତ ଜଡିତ ଡିଜିଟାଲ୍ କିମ୍ବା ଭୌତିକ ସମ୍ପତ୍ତିର ତଦନ୍ତ, ଯାଞ୍ଚ ଏବଂ ଜବତ କରିବା ପାଇଁ ଅଧିକାରୀମାନଙ୍କୁ କ୍ଷମତା ଦେଇପାରନ୍ତି।ସନ୍ଦିଗ୍ଧ ଅପରାଧର କିଛି ମାମଲାରେ ବିନା ୱାରେଣ୍ଟରେ ପ୍ରବେଶ, ଯାଞ୍ଚ ଏବଂ ଗିରଫ କରିବା ପାଇଁ ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି।ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ବ୍ୟବସ୍ଥା ଆଇନ ଅନୁଯାୟୀ ତଦନ୍ତ ପାଇଁ ପ୍ରଯୁଜ୍ୟ।
୭. ନିୟମ ପ୍ରସ୍ତୁତକାରୀ କ୍ଷମତା ଏବଂ ନ୍ୟସ୍ତ ଆଇନନିମ୍ନୋକ୍ତ ନିୟମ ପ୍ରସ୍ତୁତ କରିବା ଲାଗି କେନ୍ଦ୍ର ସରକାରଙ୍କୁ କ୍ଷମତା ପ୍ରଦାନ କରାଯାଇଛି:ଇ-ସ୍ପୋର୍ଟସ୍ ଏବଂ ସୋସିଆଲ୍ ଗେମିଂର ପ୍ରୋତ୍ସାହନଅନଲାଇନ୍ ଗେମଗୁଡ଼ିକର ସ୍ୱୀକୃତି, ବର୍ଗୀକରଣ ଏବଂ ପଞ୍ଜୀକରଣପ୍ରାଧିକରଣର କ୍ଷମତା ଏବଂ ପରିଚାଳନା ବ୍ୟବସ୍ଥାଏହି ଆଇନ ଅଧୀନରେ ସୁପାରିସ କରାଯିବାକୁ ଥିବା ଅନ୍ୟ କୌଣସି ଆବଶ୍ୟକ ଏବଂ ଅନୁମତିପ୍ରାପ୍ତ ପ୍ରସଙ୍ଗବିଲର ସକାରାତ୍ମକ ପ୍ରଭାବ:ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ: ବିଶ୍ୱ ଗେମିଂ ରପ୍ତାନି, ନିଯୁକ୍ତି ଏବଂ ନବସୃଜନରେ ଭାରତର ଭୂମିକାକୁ ବୃଦ୍ଧି କରିବ।ଯୁବବର୍ଗଙ୍କ ସଶକ୍ତିକରଣ: ଇ-ସ୍ପୋର୍ଟସ୍ ଏବଂ ଦକ୍ଷତା ଆଧାରିତ ଡିଜିଟାଲ୍ ଗେମ୍ ଜରିଆରେ ଗଠନମୂଳକ ଅଂଶଗ୍ରହଣକୁ ପ୍ରୋତ୍ସାହନନିରାପଦ ଡିଜିଟାଲ ପରିବେଶ: ପରିବାରଗୁଡ଼ିକୁ ହିଂସାତ୍ମକ ଅନଲାଇନ୍ ମନି ଗେମିଂ ଅଭ୍ୟାସରୁ ରକ୍ଷା କରେ।ବିଶ୍ୱ ନେତୃତ୍ୱ: ଦାୟିତ୍ୱପୂର୍ଣ୍ଣ ଗେମିଂ ନବସୃଜନ ଏବଂ ଡିଜିଟାଲ୍ ନୀତି ନିର୍ଦ୍ଧାରଣରେ ଭାରତକୁ ଏକ ଅଗ୍ରଣୀ ଦେଶ ଭାବରେ ସ୍ଥାନିତ କରେ।ଅନଲାଇନ୍ ଗେମିଂର ପ୍ରୋତ୍ସାହନ ଏବଂ ନିୟାମକ ବିଲ୍, ୨୦୨୫ ଏକ ସନ୍ତୁଳିତ ପଥ ଅନୁସରଣ କରେ। ଏହା ସୁରକ୍ଷିତ ଏବଂ ସକାରାତ୍ମକ ଅନଲାଇନ୍ ଗେମିଂ ମାଧ୍ୟମରେ ନବସୃଜନ ଏବଂ ଯୁବପିଢ଼ିଙ୍କ ସମ୍ପୃକ୍ତିକୁ ଉତ୍ସାହିତ କରିଥାଏ ଏବଂ କ୍ଷତିକାରକ ଅନଲାଇନ୍ ମନି ଗେମକୁ ଦୃଢ଼ ଭାବରେ ନିଷିଦ୍ଧ କରିଥାଏ।ଏହା ଏକ ନିରାପଦ, ସୁରକ୍ଷିତ ଏବଂ ନବସୃଜନ ଆଧାରିତ ଡିଜିଟାଲ୍ ଇଣ୍ଡିଆ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବା ସହିତ ସୃଜନଶୀଳତାକୁ ବୃଦ୍ଧି କରେ, ନାଗରିକମାନଙ୍କୁ ସୁରକ୍ଷା ଦିଏ ଏବଂ ଜାତୀୟ ସୁରକ୍ଷାକୁ ସୁଦୃଢ଼ କରେ।