ଭଞ୍ଜନଗର: ଗାଁ ରେ ଓଏଏସ୍ ପ୍ରୋବେସନାରୀ ଅଧିକାରୀ

ଭଞ୍ଜନଗର ୨୬/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ରବିବାର ଠାରୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ପରିଦର୍ଶନରେ ଥିବା ପ୍ରୋବେସନାରୀ ଓଏଏସ୍ ଅଧିକାରୀମାନେ ସୋମବାର କ୍ଷେତ୍ର ପରିଦର୍ଶନ କରିଛନ୍ତି।ବ୍ଲକର ମୁଦୁଲିପଲ୍ଲୀ ଓ କୁଲାଡ ପଞ୍ଚାୟତରେ ୫ ଜଣ ଲେଖାଏଁ ରବିବାର ରାତ୍ର ରହଣୀ କରିଥିଲେ। ଗୋଟିଏ ଦଳ ସୋମବାର ମୁଦୁଲିପଲ୍ଲୀ ଗାଁ ବୁଲି ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହା ସହ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀ ଙ୍କ ଠାରୁ ପଚାରି ବୁଝିଥିଲେ। ସେହିପରି ଅନ୍ୟ ଏକ ଦଳ କୁଲାଡ ପଞ୍ଚାୟତରେ ସରକାରୀ ବ୍ୟବସ୍ଥା ବୁଲି ଦେଖିଥିଲେ। ଗ୍ରାମ୍ୟ ପରିବେଶ, ସରକାରୀ ଯୋଜନାର ସୁଫଳ ବାବଦରେ ଲୋକଙ୍କୁ ପଚାରି ବୁଝିଥିଲେ।

ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବିଡିଓ ଭାରତି ଦେବୀ, ଡେପୁଟି କଲେକ୍ଟର ସୁମନ ଘୋଷ,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ନିହାର ରଞ୍ଜନ ସ୍ବାଇଁ ଙ୍କ ସମେତ ବିଭିନ୍ନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ପ୍ରୋବେସନାରୀ ଓଏସ୍ ମାନଙ୍କୁ ତାଲିମ ଦେଇଥିଲେ। ମଙ୍ଗଳବାର ସେମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ର ବୁଲି ଶିକ୍ଷା ଦାନ ଓ ସେଠାରେ ଦିଆଯାଉଥିବା ଖାଦ୍ୟ ପ୍ରଦାନ ସମ୍ପର୍କରେ ବୁଝିଥିଲେ। ପରେ ଏସ୍ଏଚ୍‌ଜି କର୍ମକର୍ତ୍ତାଙ୍କ ସହ ମିଶନ ଶକ୍ତି ବାବଦରେ ପଚାରି ବୁଝିଥିଲେ। ପ୍ରକାଶଥାଉକି ଏହି ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀମାନେ ସମ୍ପ୍ରତି ଭୁବନେଶ୍ଵର ଗୋପବନ୍ଧୁ ଏକାଡେମୀରେ ତାଲିମ ନେଉଥିବା ବେଳେ ଭଞ୍ଜନଗର କୁ କ୍ଷେତ୍ର ପରିଦର୍ଶନରେ ଆସିଛନ୍ତି। ଉକ୍ତ ୧୦ ଓଏଏସ୍ ଅଧିକାରୀ ରବିବାର ଭଞ୍ଜନଗରରେ ପହଞ୍ଚିବା ପରେ ବ୍ଲକ ପ୍ରସାଶନ ପକ୍ଷରୁ ସ୍ବାଗତ ଓ ସମ୍ୟକ ଧାରଣା ପ୍ରଦାନ କରାଯାଇଥିଲା।