ଆସନ୍ତା ୨୯ ତାରିଖ ସରକାରୀ ଛୁଟି, ସରକାରୀ କାର୍ଯ୍ୟାଳୟ ଓ ମାଜିଷ୍ଟେରିଆଲ କୋର୍ଟ ବନ୍ଦ ରହିବ, ୧୩ ତାରିଖ ଦ୍ବିତୀୟ ଶନିବାରକୁ କାର୍ଯ୍ୟ ଦିବସ ଘୋଷଣା

ଭୁବନେଶ୍ୱର : ଆସନ୍ତା ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା । ନୂଆଖାଇ ଉପଲକ୍ଷେ ଛୁଟି ସମ୍ପର୍କରେ ସମସ୍ତ ଦ୍ୱନ୍ଦ୍ୱର ଅନ୍ତ ଘଟାଇ ଓଡ଼ିଶା ସରକାର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମାଧ୍ୟମରେ ଏକ ସର୍କୁଲାର ଜାରି କରିଛନ୍ତି । ଓଡ଼ିଶା ସରକାରଙ୍କ ସର୍କୁଲାର ଅନୁଯାୟୀ, ୨୯ ଅଗଷ୍ଟ, ୨୦୨୫ ଶୁକ୍ରବାରକୁ ନୂଆଖାଇ ପାଇଁ ଛୁଟି ଘୋଷଣା କରାଯାଇଛି । ତେବେ ୧୩ ସେପ୍ଟେମ୍ବର ୨୦୨୫ (ଦ୍ୱିତୀୟ ଶନିବାର) କୁ କାର୍ଯ୍ୟ ଦିବସ ଭାବରେ ଘୋଷଣା କରାଯାଇଛି । ଏହି ଛୁଟି ଓଡିଶା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଏବଂ ମାଜିଷ୍ଟ୍ରେଟ୍ କୋର୍ଟ (କାର୍ଯ୍ୟନିର୍ବାହୀ) ପାଇଁ ଲାଗୁ ହେବ।