
ଦୁବାଇ : ଏସିଆ କପ ୨୦୨୫ ଆସନ୍ତାକାଲିରୁ ଆରମ୍ଭ ହେବ । ଏଥିପାଇଁ ଭାରତୀୟ ଦଳ ଦୁବାଇରେ ପହଞ୍ଚି ସାରିଛି । ଭାରତୀୟ ଦଳର ନୂତନ ଜର୍ସି ଉନ୍ମୋଚିତ ହୋଇଯାଇଛି । ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ସଞ୍ଜୁ ସାମସନ ନୂତନ ଜର୍ସିର ଫଟୋ ସୋସିଆଲ ମିଡିଆରେ କରିଛନ୍ତି । ୮ଟି ଦେଶକୁ ନେଇ ଚଳିତ ସେପ୍ଟେମ୍ବର ୯ରୁ ଟି-୨୦ ଫର୍ମାଟରେ ଉକ୍ତ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।ଜର୍ସି ପ୍ରାୟୋଜକରୁ ଡ୍ରିମ୍ ୧୧ ହଟିଯାଇଛି । ନୂତନ ଜର୍ସିରେ ବଡ଼ ଧରଣର ପରିବର୍ତ୍ତନ କରା ଯାଇନଥିଲେ ମଧ୍ୟ ଡ୍ରିମ୍ ୧୧ ନାମ ଉଠିଯାଇଛି। ଜର୍ସିର ରଙ୍ଗ ନୀଳ ହୋଇଥିବାବେଳେ ଦୁଇ ହାତରେ କମଳା ରଙ୍ଗ ରହିଛି । କଲରରେ ତ୍ରିରଙ୍ଗାର ଚିତ୍ର ରହିଛି ।ସରକାରଙ୍କ ପକ୍ଷରୁ ଅନ୍ଲାଇନ ଗେମିଂ ଉପରେ କଟକଣା ଲଗାଇବା ପରେ ଡ୍ରିମ୍ସ -୧୧ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରାୟୋଜକରୁ ହଟିଯାଇଛି । ଏଥିପାଇଁ ଏବେ ବିସିସିଆଇ ନୂତନ ପ୍ରାୟୋଜକ ଖୋଜିବା ଆରମ୍ଭ କରିଛି । ଭାରତୀୟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଏସିଆ କପ ଖେଳିବ । ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ ୧୦ରେ ୟୁଏଇ ସହ ଖେଳି ଅଭିଯାନ ଆରମ୍ଭ କରିବ ।ଏହି ସପ୍ତାହ ମଧ୍ୟରେ ବିସିସିଆଇ ନୂଆ ପ୍ରାୟୋଜକ ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ ଗ୍ରହଣ କରିବାର ଶେଷ ତାରିଖ ୧୨ ସେପ୍ଟେମ୍ବର ରହିଛି । ତେଣୁ ଆବଶ୍’କ ଦସ୍ତାବିଜ ଜମା କରିବାର ଶେଷ ତାରିଖ ୧୬ ସେପ୍ଟେମ୍ବର ରହିଛି ।ଏସିଆ କପ୍ ପାଇଁ ଟିମ୍ : ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ(ଉପଅଧିନାୟକ), ଅଭିଷେକ ଶର୍ମା, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ କିପର), ଜସପ୍ରୀତ ବୁମରା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ସଂଜୁ ସାମସନ(ୱିକେଟକିପର), ହର୍ଷିତ ରାଣା, ରିଙ୍କୁ ସିଂହ ।