
ହାଇଦ୍ରାବାଦ: ଟାଇଗର ଶ୍ରଫ ଏବଂ ସଞ୍ଜୟ ଦତ୍ତଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ବାଗୀ 4’ ଏହାର ପ୍ରଥମ ସପ୍ତାହ ପୂରଣ କରିଛି । ଫିଲ୍ମରେ ଟାଇଗର ଶ୍ରଫଙ୍କ ଚମତ୍କାର ଆକ୍ସନ ଏବଂ ସଞ୍ଜୟ ଦତ୍ତଙ୍କ ଖଳନାୟକ ଅବତାରକୁ ଲୋକେ ବେଶ ପସନ୍ଦ କରିଛନ୍ତି । ଏହି ଫିଲ୍ମ ସହ ‘ଦ ବେଙ୍ଗଲ ଫାଇଲ୍ସ’ ଏକାସାଙ୍ଗେ ରିଲିଜ ହୋଇଥିବା ବେଳେ ବକ୍ସ ଅଫିସରେ କଡା ଟକ୍କର ଦେଖିବାକୁ ମିଳିଛି । ଉଭୟ ଫିଲ୍ମର କାହାଣୀ ଭିନ୍ନ ରହିଥିବା ବେଳେ ଏହି ଦୁଇ ଫିଲ୍ମକୁ ଲୋକେ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି । ତେବେ କଲେକ୍ସନରେ କିଏ ଆଗରେ ରହିଛି ? କେତେ ଆୟ କରିଛି ? ଚାଲନ୍ତୁ ଜାଣିବା,
ବାଗୀ 4′ କଲେକ୍ସନ’ବାଗୀ ୪’ ପ୍ରଥମ ଦିନ ଘରୋଇ ବକ୍ସ ଅଫିସରେ ୧୩.୨୦ କୋଟି ଟଙ୍କା ସହ ଓପନିଂ କରିଥିଲା ଏବଂ ଶନିବାର ୧୧.୩୪ କୋଟି ଟଙ୍କା ବ୍ୟବସାୟ କରିଥିଲା । ପ୍ରଥମ ଦିନ ଅପେକ୍ଷା କମ୍ ଅର୍ଥାତ୍ ପ୍ରଥମ ରବିବାର ୧୨.୬୦ କୋଟି ଟଙ୍କା କଲେକ୍ସନ କରିଛି । ଭାରତରେ ‘ବାଗୀ ୪’ର ମୋଟ ଆୟ ୩୭.୧୪ କୋଟି ଟଙ୍କା ଏବଂ ସାରା ବିଶ୍ୱରେ ଏହା ୫୦ କୋଟି ପାଖାପାଖି ପହଞ୍ଚିଛି । ରବିବାର, ‘ବାଗୀ ୪’ ହିନ୍ଦୀ କ୍ଷେତ୍ରରେ ୨୭.୮ ପ୍ରତିଶତ ଅକୁପାନ୍ସି ହାର ରେକର୍ଡ କରିଛି । ଏଥିରେ, ସକାଳ ଶୋ’ର ଅକୁପାନ୍ସି ହାର ୮.୭୫ ପ୍ରତିଶତ, ଅପରାହ୍ନରେ ୨୮.୮୧ ପ୍ରତିଶତ, ସନ୍ଧ୍ୟା ସମୟରେ ୩୬.୯୫ ପ୍ରତିଶତ ଏବଂ ରାତି ସମୟରେ ଅକୁପାନ୍ସି ହାର ୩୩.୮ ପ୍ରତିଶତ ରେକର୍ଡ କରାଯାଇଛି । ଏହା ସହ ‘ବାଗୀ ୪’ ଫିଲ୍ମ ଟାଇଗର ଶ୍ରଫଙ୍କ ୭ମ ସର୍ବାଧିକ ଆୟକାରୀ ଫିଲ୍ମ ହୋଇସାରିଛି ।
ଦ ବେଙ୍ଗଲ ଫାଇଲ୍ସ’ କଲେକ୍ସନବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏବଂ ଅନୁପମ ଖେର, ମିଥୁନ୍ ଚକ୍ରବର୍ତ୍ତୀ, ପଲ୍ଲବୀ ଯୋଶୀ ଅଭିନୀତ, ଦି ବେଙ୍ଗଲ୍ ଫାଇଲ୍ସ ପ୍ରଥମ ଦିନର ଆୟ ଦୃଷ୍ଟିରୁ ‘ବାଗୀ 4’ ଠାରୁ ବହୁତ ପଛରେ ରହିଛି । ଏହି ଫିଲ୍ମ ପ୍ରଥମ ଦିନରେ ୧.୭୫ କୋଟି, ଦ୍ୱିତୀୟ ଦିନରେ ୨.୧୫ କୋଟି ଏବଂ ତୃତୀୟ ଦିନରେ ୨.୭୫ କୋଟି ଟଙ୍କା ରୋଜଗାର କରିଛି ଏବଂ ଭାରତରେ ଏହାର ମୋଟ କଲେକ୍ସନ ୬.୬୫ କୋଟି ଟଙ୍କାରେ ପହଞ୍ଚିଛି ।