ଇଟାଲୀ ଯୁବତୀଙ୍କ କଣ୍ଠରେ ‘କାଳ ଭୈରବ ଅଷ୍ଟକମ୍’, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଇଟାଲୀ ଯୁବତୀଙ୍କ କଣ୍ଠରେ ‘କାଳ ଭୈରବ ଅଷ୍ଟକମ୍’ । ‘କାଳ ଭୈରବ ଅଷ୍ଟକମ୍’ ପାଠ କରିବା ସହ ‘ହର ହର ମହାଦେବ’ ଜପ କରୁଛନ୍ତି ୩ ଇଟାଲୀ ଯୁବତୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଆମେ କହୁଛୁ ଇଟାଲୀର ତିନି ଜଣ ଯୁବତୀ ଶିବ୍ୟା, ଜୁଲିଆ ଏବଂ ରାଧାଙ୍କ କଥା । ଯେଉଁମାନେ ‘କାଳ ଭୈରବ ଅଷ୍ଟକମ୍’ ପାଠ କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି ।କେବଳ ଯେ ଭାଇରଲ ହେଉଛି ତା ନୁହେ ଏହି ଭିଡିଓ ଲୋକଙ୍କୁ ଭାବପ୍ରବଣ କରୁଛି । କାରଣ ବିଦେଶିନୀଙ୍କ ମୁହଁରେ ଏଭଳି ସ୍ପଷ୍ଟ ‘କାଳ ଭୈରବ ଅଷ୍ଟକମ୍’ ସମସ୍ତଙ୍କୁ ଚକିତ କରିଦେଇଛି । ଯାହାକୁ ଥରେ ଶୁଣିଲେ ଆପଣଙ୍କର ବି ଲୋମଟାଙ୍କୁରି ଯିବ । ଏହି ଭିଡିଓରୁ ସ୍ପଷ୍ଟ ଜଣାପଡୁଛି ସେମାନେ ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତା ସହିତ କେତେ ଗଭୀର ଭାବରେ ଜଡିତ । ଯାହାଫଳରେ ସେମାନେ ଏତେ ସୁନ୍ଦର ଭାବରେ ସଂସ୍କୃତ, ହିନ୍ଦୀ ଏବଂ ମରାଠୀରେ ମନ୍ତ୍ର ଜପ କରୁଛନ୍ତି । ଆଉ ତାଙ୍କ ଲକ୍ଷ୍ୟ ହେଉଛି ଭାରତୀୟ ଜ୍ଞାନ ପ୍ରସାରଣ ।ସେଇଥିପାଇଁ ପାଇଁ ତ ସୁଦୂର ଇଟାଲୀରୁ ଧାଇଁ ଆସିଛନ୍ତି ଭାରତବର୍ଷକୁ । ଆଉ ସେମାନଙ୍କ ଭାବ ଏବଂ ସ୍ୱରରେ ଆଜି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛନ୍ତି । ତେବେ କହିରଖୁଛୁ, ଏହି ତିନି ଜଣ ଇଟାଲୀ ଯୁବତୀ ୟୁରୋପୀୟ ଦେଶଗୁଡ଼ିକରେ ମାହି ଗୁରୁଜୀଙ୍କ ଯୋଗ ଏବଂ ଧ୍ୟାନ କେନ୍ଦ୍ର ମାଧ୍ୟମରେ ଏକ ଆଧ୍ୟାତ୍ମିକ ଯାତ୍ରାରେ ଅଛନ୍ତି । ସତରେ ଇଟାଲୀ ଯୁବତୀଙ୍କ ଦ୍ୱାରା ସଂସ୍କୃତରେ ‘କାଳ ଭୈରବ ଅଷ୍ଟକମ୍’ ଜପ କରିବା ଏକ ଅନନ୍ୟ ଏବଂ ହୃଦୟସ୍ପର୍ଶୀ ଘଟଣା, ଯାହା ଏବେ ଭାରତୀୟ ଲୋକଙ୍କୁ ବେଶ ଆକର୍ଷିତ କରୁଛି ।ଏହି ଝିଅମାନଙ୍କର ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକ ଜ୍ଞାନ ପ୍ରତି ଗଭୀର ଆସକ୍ତି ଏବଂ ଭକ୍ତି ଭାବ ସତରେ ବେଶ ପ୍ରେରଣାଦାୟକ । ‘କାଳ ଭୈରବ ଅଷ୍ଟକମ୍’ ହେଉଛି ଭଗବାନ କାଳ ଭୈରବଙ୍କ ଶକ୍ତିର ବର୍ଣ୍ଣନା । ଯାହା ଜପ କରିବା ଦ୍ୱାରା ଭୟ, ନକାରାତ୍ମକତା ଦୂର ହୁଏ ଏବଂ ଭୟରୁ ମୁକ୍ତି ମିଳେ । ଏହା ପରେ ଭିଡିଓର ଶେଷରେ ତିନି ଯୁବତୀ ‘ହର ହର ମହାଦେବ’ ମଧ୍ୟ ଜପ କରିଛନ୍ତି । ଏହି ଝିଅମାନେ ଗୁରୁ ମାହି ଗୁରୁଜୀଙ୍କ ଶିଷ୍ୟା, ଯିଏ ଇଟାଲୀରେ ଏକ ଯୋଗ ଏବଂ ଧ୍ୟାନ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି ।ଏହି କେନ୍ଦ୍ର ସମଗ୍ର ୟୁରୋପରେ ଭାରତୀୟ ଆଧ୍ୟାତ୍ମିକ ଜ୍ଞାନ ପ୍ରସାର ପାଇଁ କାର୍ଯ୍ୟ କରେ । ଏପଟେ ଇଟାଲୀ ଯୁବତୀଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ପ୍ରଶଂସା ସାଉଣ୍ଟୁଛି । ଅନେକ ଲୋକେ ସେମାନଙ୍କର ପ୍ରଦର୍ଶନକୁ ଖୁବ ମଧୁର ଏବଂ ହୃଦୟସ୍ପର୍ଶୀ ବୋଲି ବର୍ଣ୍ଣନା କରିଛନ୍ତି ଯାହା ସେମାନଙ୍କୁ ଭାବପ୍ରବଣ କରିଦେଇଛି । ଏହି ଭିଡିଓଟି ଭାରତୀୟ ସଂସ୍କୃତି ଏବଂ ସନାତନ ଧର୍ମ ପ୍ରତି ବିଦେଶୀଙ୍କ ବୃଦ୍ଧି ପାଉଥିବା ସମ୍ମାନ ଏବଂ ଆଗ୍ରହକୁ ଦର୍ଶାଉଛି । ଯାହା ସତରେ ବେଶ ପ୍ରଶଂସନୀୟ ଏବଂ ପ୍ରେରଣଯୋଗ୍ୟ