
ନୂଆଦିଲ୍ଲୀ : ଦିଲ୍ଲୀରେ କାର୍ ଦୁର୍ଘଟଣାରେ ଅର୍ଥ ବିଭାଗର ଉପସଚିବଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗଗନପ୍ରୀତ ମକ୍କଡକୁ ପୋଲିସ ଗିରଫ କରିଛି । ଘଟଣାକୁ ନେଇ ପୋଲିସ ଯାଞ୍ଚ କରିବା ପରେ ଜାଣିବାକୁ ପାଇଛି କି, କାର୍ ନବଜୋତଙ୍କୁ ଧକ୍କା ଦେବା ପରେ କିଛି ସମୟ ଯାଏଁ ସେ ଜୀବିତ ରହିଥିଲେ ।ସୂଚନା ମୁତାବକ, ଦିଲ୍ଲୀ କ୍ୟାଣ୍ଟ ମେଟ୍ରୋ ଷ୍ଟେସନ ନିକଟ ରିଙ୍ଗ ରୋଡରେ ଏହି ଦୁର୍ଘଟଣା ଘଟିଛି । ଅର୍ଥ ବିଭାଗର ଉପସଚିବ ଏବଂ ତାଙ୍କ ପତ୍ନୀ ବାଇକ୍ ଯୋଗୁଁ ବଙ୍ଗଲା ସାହିବ ଗୁରୁଦ୍ବାରାରୁ ଘରକୁ ଫେରୁଥିଲେ । ଏହି ସମୟରେ ଏକ BMW କାର୍ ତାଙ୍କୁ ଧକ୍କା ଦେଇଥିଲା । ଯାହାକୁ ଜଣେ ମହିଳା ଚଲାଉଥିଲେ । ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ତାଙ୍କ ପତ୍ନୀ ଗୁରୁତର ରହିଛନ୍ତି ।ମୃତ ନବଜୋତଙ୍କ ଗୁରୁତର ପତ୍ନୀ ସନ୍ଦୀପ କୌର ପୋଲିସକୁ ସୂଚନା ଦେଇଛନ୍ତି କି, ଦୁର୍ଘଟଣାର ତୁରନ୍ତ ପରେ ବାରମ୍ବାର ନିକଟସ୍ଥ ହସପିଟାଲକୁ ନେବାକୁ ଗୁହାରି କରିଥିଲେ । କିନ୍ତୁ କାର୍ ଭିତରେ ଥିବା ଲୋକମାନେ ତାଙ୍କୁ ୧୯ କିମି ଦୂର ଏକ ହସପିଟାଲକୁ ନେଇଯାଇଥିଲେ । ସନ୍ଦୀପଙ୍କ ବୟାନ ପରେ ପୋଲିସ ଗଗନପ୍ରୀତଙ୍କୁ ଗିରଫ କରିଛି । ପୋଲିସ ଏହି ଘଟଣାରେ ଅନ୍ୟ ସାକ୍ଷୀ ଅଟୋ ଚାଳକ ଗୁଲଫାମଙ୍କ ଘରକୁ ଯାଇ ବୟାନ ଗ୍ରହଣ କରିଛି । ପୋଲିସ ଏହି ମାମଲାରେ ବିଏନଏସ ଧାରା ଅନୁଯାୟୀ, ୨୮୧, ୧୨୫, ୧୦୫ ଏବଂ ୨୩୮ ଧାରା ଦାୟର ହୋଇଛି ।ସେପଟେ ଅର୍ଥ ଉପସଚିବଙ୍କ ପୁଅ କହିଛନ୍ତି ଯେ, ଦୁର୍ଘଟଣା ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ପରିବର୍ତ୍ତେ ୧୯ କିଲୋମିଟର ଦୂରରେ ଥିବା ଜିଟିବି ନଗରର ନ୍ୟୁ ଲାଇଫ୍ ହସ୍ପିଟାଲକୁ ନିଆଯାଇଥିଲା । ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି, ତାଙ୍କ ଚିକିତ୍ସା ଚାଲିଛି । ମୃତକ ଜଣକ ଅର୍ଥ ମନ୍ତ୍ରଣାଳୟର ନର୍ଥ ବ୍ଲକରେ ଉପ ସଚିବ ଭାବେ କାମ କରୁଥିଲେ ।