୮ କୋଟି ଟଙ୍କାରେ ହେବ ଗାନ୍ଧୀ କୈଳାସ ପାହାଡ଼ର ଉନ୍ନତି; ଭଞ୍ଜନଗର ଏନଏସିର କାଉନସିଲ ବୈଠକ

ଭଞ୍ଜନଗର,୧୫/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗାନ୍ଧୀ କୌଳାସ ପାହାଡର ପ୍ରାକୃତିକ ସମ୍ପଦକୁ ସୁରକ୍ଷା ପାଇଁ ପ୍ରାୟ ୮ କୋଟି ଟଙ୍କା ବ୍ୟୟ କରାଯିବ। ଏହାର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କୁ ଡିପିଆର୍ ପ୍ରସ୍ତୁତ କରି ପ୍ରସ୍ତାବ ଦିଆଯାଇଥିବା ବିଭାଗୀୟ ମନ୍ତ୍ରୀ ତାକୁ ମଞ୍ଜୁର କରିଥିବା ବେଳେ ଖୁବ ଶ୍ରୀଘ୍ର କାମ ଆରମ୍ଭ ହେବ ବୋକଲି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରକାଶ କରିଛନ୍ତି। ଆନୁଷଙ୍ଗିକ ତଥ୍ୟ ସରକାରଙ୍କୁ ଏନ୍ଏସି ପକ୍ଷରୁ ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ ସରକାର ସ୍ବାୟତ୍ତ ଶାସନ ଦିନ ଭଞ୍ଜନଗର ଏନ୍ଏସିକୁ ମୁନସିପାଲିଟି ଘୋଷଣା କରିସାରିଛନ୍ତି। ଆଗାମୀ ଦିନରେ ମୁନସିପାଲିଟି ପାଇଁ ନୂତନ କୋଠା ନିର୍ମାଣ କରାଯିବ ବୋଲି ଆଜି ଏନ୍ଏସି ପରିସରରେ ଆୟୋଜିତ କାଉନସିଲ ବୈଠକରେ ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ଏଥିସହ ପୁରୁଣା ଜେଲ୍ ଠାରେ ପ୍ରାୟ ୨ ଏକରରୁ ଅଧିକ ସ୍ଥାନରେ ଏକ ସୁପର ମାର୍କେଟ୍ କମ୍ପେକ୍ସ୍ ନିର୍ମାଣ କରାଯିବ।
ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭଞ୍ଜନଗର ଏନ୍ଏସିକୁ ମୁନସିପାଲିଟି ଘୋଷଣା କରାଯାଇଥିବାରୁ ସେ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ସହର ଉନ୍ନତି ପାଇଁ ନିଆଯିବାକୁ ଥିବା ପଦକ୍ଷେପ ସଂର୍ପକରେ କହିଥିଲେ। ବୁଲା ଗାଇଗୋରୁଙ୍କ ପାଇଁ ଏକ ଗୋଶାଲା ନିର୍ମାଣ କରାଯିବାକୁ ଥିବା ବେଳେ ପ୍ରସ୍ତାବିତ ମୁନିସିପାଲିଟି ଓ ଏହାର ଆଖପାଖ ଇଲାକାରେ ବରିଷ୍ଠ ନାଗିରକ ବୁଲିବା ପାଇଁ ସ୍ବତନ୍ତ୍ର ବ୍ୟଟେରୀ ଗାଡିର ବ୍ୟବସ୍ଥା ଓ ସ୍ବର୍ଗଦ୍ବାର ମୃତଦେହ ନେବା ପାଇଁ ଏକ ଆମ୍ବୁଲାନ୍ସ୍ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ। ସହରର ସୌନ୍ଧର୍ଯ୍ୟକରଣ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ସାେଢେ ୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଗାତ ଓ ମୁକୁଳା ଡ୍ରେନକୁ ଢାଙ୍କିବ ପାଇଁ ବର୍ଷା ଜଳ ନିଷ୍କାସନ ବାବଦକୁ ୨ କୋଟି ୩୭ ଲକ୍ଷ ଟଙ୍କା ଅଟକଳ କରାଯାଇଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।
ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୪୮ ଲକ୍ଷ ୪୮ ହଜାର ୩୮୬ ଟଙ୍କା ରାଜସ୍ବ ଆଦାୟ ହୋଇଥିବା ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ଆସନ୍ତା ଦିନରେ ଘରକୁ ଘର ବୁଲି ସର୍ଭେ କରାଯିବ। ଏଥିସହ ଆସନ୍ତା ୧୭ ତାରିଖ ଦିନ ଏନ୍ଏସି ପକ୍ଷରୁ ଚାରା ରୋପଣ ସହ ସ୍ବଚ୍ଚତା ପକ୍ଷ ପାଳନ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏଥିରେ ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ,କନିଷ୍ଠ ଯନ୍ତ୍ରୀ ଇଂ ଦିଲ୍ଲିପ କୁମାର ମିଶ୍ର ସମସ୍ତ କାଉନସିଲର ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।