
ଜୟପୁର : କୋରାପୁଟରେ ବିରଳ ସାପ ଉଦ୍ଧାର । ଜୟପୁର ସହରରେ ‘ଓରନେଟ୍ ଫ୍ଲାଇଂ ସ୍ନେକ୍’ ଉଦ୍ଧାର ହୋଇଛି । ଆଜି ସକାଳେ ଗୌଡ଼ସାହିର ଜଣେ ବ୍ୟକ୍ତି ବାଥରୁମ୍ ଭିତରେ ସାପଟିକୁ ଦେଖିଥିଲେ। ପରେ ୱାଇଲ୍ଡ ଆନିମଲ୍ ରେସ୍କ୍ୟୁ ଟିମ୍ ପହଂଚି ସାପଟିକୁ ଉଦ୍ଧାର କରିଛନ୍ତି । ଏହି ସାପଟିକୁ ଉଡନ୍ତା ଚିତି ବୋଲି କୁହାଯାଏ । ସାପକୁ ଉଦ୍ଧାର ପରେ ନିକଟ ଜଙ୍ଗଲରେ ଛଡ଼ାଯାଇଛି ।