ଆରମ୍ଭ ହେଲା “ଓଡ଼ିଶା ପ୍ରୋ ଟି- 20 ଲିଗ୍”, ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

କଟକ: ଆରମ୍ଭ ହେଲା “ଓଡ଼ିଶା ପ୍ରୋ ଟି- 20 ଲିଗ୍”। ପ୍ରଥମ ଥର ପାଇଁ ବାରବାଟି ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେଉଛି । ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଆନୁଷ୍ଠାନିକ ଭାବରେ ଓଡ଼ିଶା ପ୍ରୋ ଟି- 20 ଲିଗ୍” ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ।ଓପିଟିଏଲ୍ କୁ ଏକ ଐତିହାସିକ ଫ୍ରାଞ୍ଚାଇଜି ଆଧାରିତ ଟି-20 ଟୁର୍ଣ୍ଣାମେଣ୍ଟ। ମୋଟ ଛଅଟି ଟିମ୍ କୁ ନେଇ ଖେଳା ଯାଉଛି ଏହି ଟୁର୍ଣ୍ଣାମେଣ୍ଟ। ଦଶ ଦିନ ଧରି ଚାଲିବ ଏହି ଟୁର୍ଣ୍ଣାମେଣ୍ଟ। ମୋଟ ୧୮ ଟି ମ୍ୟାଚ୍ ଖେଳାଯିବ। ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ପ୍ରତିନିଧ୍ଵ କରୁଥିବା ଦଳ ଟୁର୍ଣ୍ଣମେଣ୍ଟରେ ଭାଗ ନେଇଛନ୍ତି।