ସୋରଡା: ରୋଲର ଓଲଟି ଡ୍ରାଇଭର ମୃତୁ ଘଟିଛି

ସୋରଡ଼ା ୨୩/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ):ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ବାରଧାଙ୍ଗିଡି ଗ୍ରାମ ରାସ୍ତା ନିର୍ମାଣ ବେଳେ ଅଘଟଣ ।ରାସ୍ତା କାର୍ଯ୍ୟ କରୁଥିବା ଏକ ରୋଲର୍ ଓଲଟି ପଡ଼ିଥିବାରୁ ରୋଲର ଚାଳକ ଙ୍କ ଘଟଣା ସ୍ଥଳରେ ମୃତୁ ଘଟିଛି । ମୃତକ ଡ୍ରାଇଭର ଜଣକ ହେଲେ ଦିଗପହଣ୍ଡି ଥାନ ଅନ୍ତର୍ଗତ କାଇଠଡ଼ା ଗ୍ରାମର ରାମଚନ୍ଦ୍ର ମିଶ୍ର।ସୂଚନା ପ୍ରକାରେ ପୂର୍ତ୍ତବିଭାଗ ର ରାସ୍ତା କାର୍ଯ୍ୟ ଜଣେ ଠିକାଦାର ଙ୍କ ଜରିଆରେ ଝଗଡେଇ ଠାରୁ ନୂଆଗାଁ ପର୍ଯ୍ୟନ୍ତ ଚାଲିଥିବା ବେଳେ ଆଜି ବାରଧାଙ୍ଗିଡି ଗ୍ରାମ ନିକଟରେ ରାସ୍ତା କାମ ଚାଲୁଥିବା ବେଳେ ହଟାତ୍ ରୋଲର ଟି ଓଲଟି ପଡ଼ିଥିଲା ଓ ଡ୍ରାଇଭର ମୃତୁ ଘଟିଛି ।ତେବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳୁଛି। ରାସ୍ତା କାମ ଅତି ନିର୍ମମାନର ହେବା ଯୋଗୁ ଏପରି ଘଟିଛି ବୋଲି କହିଛନ୍ତି ସ୍ଥାନୀୟ ଲୋକ। ତେବେ ଦୃଘଟଣା ସ୍ଥାନରେ କୌଣସି ଗାର୍ଡ ୱାଲ ନଥିବାରୁ ଏବଂ ବର୍ଷା ସମୟ ରେ କିପରି ପିଚୁ ପଡ଼ିଥିଲା ଓ ସଂପୂର୍ଣ୍ଣ ମାଟି ଉପରେ ହିଁ ପିଚୁ ପଡୁଥିବାରୁ ରୋଲର ଟି ମାଟିରେ ଦବି ଯାଇ ଏହି ପରି ଘଟିଛି ବୋଲି କହିଛନ୍ତି ସ୍ଥାନୀୟ ଲୋକ ।ତେବେ ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ସ୍ଥିତ ଅନୁଧ୍ୟାନ କରୁଛି।